ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା-ଫ୍ରାନ୍ସ…

ନ୍ୟୁୟର୍କ,୨୧।୯ : ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ(ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଥିବା ଖୋଲା ମନ୍ତବ୍ୟ ପ୍ରଦାନ କରିଥିଲେ ସେଥିପାଇଁ ମୋଦିଙ୍କୁ ଏବେ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆମେରିକା ଏବଂ ଫ୍ରାନ୍ସ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବେ କହିଥିଲେ ଯେ ଆଜିର ଯୁଗ ଯୁଦ୍ଧର ନୁହେଁ।

୧୬ ସେପ୍ଟେମ୍ବରରେ ସମରକନ୍ଦରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଏଭଳି କହିଥିଲେ। ୟୁକ୍ରେନ ସଙ୍କଟ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ, ଇନ୍ଧନ ସୁରକ୍ଷା ଏବଂ ସାର ସଙ୍କଟ ସମାଧାନର ଉପାୟ ଖୋଜିବାକୁ ମୋଦିପୁଟିନଙ୍କୁ ଅନୁରୋଧ କରିଥିଲେ। ଏହା ସହିତ ସେ ୟୁକ୍ରେନ ସହିତ ରୁଷିଆର ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଯାହା କହିଛନ୍ତି ତାହାକୁ ମଙ୍ଗଳବାର ଜାତିସଂଘରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଓ୍ବନ ସ୍ବାଗତ କରିଛନ୍ତି। ମାକ୍ରୋନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ କହିଛନ୍ତି, ଏହା ଯୁଦ୍ଧର ସମୟ ନୁହେଁ। ପାଶ୍ଚାତ୍ୟର ପ୍ରତିଶୋଧ ନେବା କିମ୍ବା ପାଶ୍ଚାତ୍ୟକୁ ପୂର୍ବ ବିରୁଦ୍ଧରେ ବିରୋଧ କରିବାର ଏହା ସମୟ ନୁହେଁ। ଆମ ଭଳି ସାବଭୌମ ଦେଶଗୁଡ଼ିକ ଏକାଠି ବଞ୍ଚିବାର ସମୟ ଆସିଛି। ଏହା ଏକଜୁଟ ହୋଇ ଆମ ସମ୍ମୁଖରେ ସୃଷ୍ଟି ହୋଇଥିବା ଆହ୍ବାନର ସାମ୍ନା କରିବା ଜରୁରୀ।

Share