ଆଜି ଆମେରିକାରେ ଉଡ଼ିଲା ଅର୍ଦ୍ଧନମିତ ପତାକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୯ା୧୦: ଆମେରିକାର ସମସ୍ତ ଦୂତାବାସ, କନସୁଲାର ଅଫିସ ଏବଂ ଅନ୍ୟାନ୍ୟ ଅଫିସରେ ରବିବାର ଅର୍ଦ୍ଧନମିତ ପତାକା ଉଡ଼ିଛି। ମେନ୍‌ରେ ଘଟିଥିବା ଭୟଙ୍କର ଗୁଳି ବିନିମୟରେ ବୁଧବାର ରାତିରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୁଖ୍ୟ ସନ୍ଦିଗ୍ଧ ରବର୍ଟ କାର୍ଡ ଯିଏ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ସେ ଆତ୍ମଘାତୀ ଗୁଳିରେ ମୃତ୍ୟୁବରଣ କରିଛନ୍ତି।

ଏହି ଗୁଳିମାଡ଼ ଘଟଣାରେ ପୀଡ଼ିତଙ୍କ ସମ୍ମାନାର୍ଥେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆମେରିକାର ପତାକା ହ୍ବାଇଟ୍‌ହାଉସ୍‌ ଏବଂ ସମସ୍ତ ସରକାରୀ କୋଠା, ପଡ଼ିଆ, ସମସ୍ତ ସାମରିକ ପୋଷ୍ଟ ଏବଂ ନୌସେନାରେ ଅର୍ଦ୍ଧନମିତ ଭାବେ ପତାକା ଉଡ଼ାଯିବ। ଷ୍ଟେଶନ ଏବଂ କଲମ୍ବିଆ ଜିଲାର ଫେଡେରାଲ ସରକାରଙ୍କ ସମସ୍ତ ନୌସେନା ଜାହାଜରେ ଏବଂ ସମଗ୍ର ଯୁକ୍ତରାଷ୍ଟ୍ର ଅଞ୍ଚଳରେ ଆଜିଠାରୁ କାଲି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପତାକା ଅର୍ଦ୍ଧନମିତ ରହିବ।

Share