ଆମେରିକାର ଫାଷ୍ଟ ଲେଡି ପୁଣିଥରେ କରୋନା ପଜିଟିଭ

ୱାଶିଂଟନ,୨୫ ।୮: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ଦୃଷ୍ଟି ରଖିଛନ୍ତି । ୨୪ ଅଗଷ୍ଟରେ ତାଙ୍କର ଏକ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଯେଉଁଥିରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ତାଙ୍କ ନିକଟରେ ସାମନ୍ୟ ଲକ୍ଷଣ ଥିଲା । ରାଷ୍ଟ୍ରପତି ଜୋ ବାଇଡେନ କରୋନାରୁ ସୁସ୍ଥ ହେବାର ଗୋଟିଏ ସପ୍ତାହ ପରେ ଫାଷ୍ଟ ଲେଡିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତେବେ ବାଇଡେନ ବି ଦ୍ୱିତୀୟ ଥର ଲାଗି କରୋନା ପଜିଟିଭ ହୋଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ।

Share