ଆମେରିକା ନିର୍ବାଚନ: ମ୍ୟାଜିକ ନମ୍ବର ମୁହାଁ ଏହି ନେତା, ଆରମ୍ଭରୁ କଲେଣି ଝଡ

ଓ୍ବାଶିଂଟନ୍‌,୬।୧୧: ହ୍ବାଇଟ ହାଉସ୍‌ ଲଢ଼େଇରେ କିଏ ବାଜି ମାରିବ ? କିଏ ଜିତିବ ସୁପର ପାଓ୍ବାରର ବସ୍‌ ଅଫ୍‌ ସୁପର ପାଓ୍ବାରର ରେସ ? ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ବର ନଜର । ଗୋଟିଏପଟେ କିଛି ଅଞ୍ଚଳରେ ଏବେବି ନିର୍ବାଚନ ଜାରି ରହିଥିବା ବେଳେ ଅନ୍ୟପଟେ ଭୋଟ ଗଣତି ଆରମ୍ଭ ହୋଇଗଲାଣି । ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ପଛରେ ପକାଇ ଦେଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ୨୭୦ ମ୍ୟାଜିକ ନମ୍ବର ନିକଟତର ହେଉଛି ରିପବ୍ଲିକାନ ପାର୍ଟି । ଡୋନାଲ୍ଡ ଟ୍ରମ୍ପ ୧୯୮ ଇଲେକ୍ଟ୍ରୋରାଲ କଲେଜ ସହ ଆଗରେ ରହିଥିବାବେଳେ କମଲା ହାରିସ ମାତ୍ର ୧୦୯ ଆସନରେ ଆଗରେ ରହିଛନ୍ତି ।

ଭୋଟ ଗଣତିର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରିବପ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟେକ୍ସାସ ସହ ୪ଟି ଷ୍ଟେଟରେ ବିଜୟୀ ହୋଇଛନ୍ତି । ସେହିପରି ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ନ୍ୟୁୟର୍କରେ ବିଜୟୀ ହୋଇଛନ୍ତି । ଆମେରିକାରେ ମୋଟ ୧୬କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏଥିରୁ ୮ କୋଟି ଭୋଟର ପୂର୍ବରୁ ନିଜର ମତଦାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭ ସ୍ବିଙ୍ଗ ଷ୍ଟେଟ ଦେଶ ଗୁରୁତ୍ୱ ରଖୁଛି । ଏଥିରେ ରହିଛି ପେନସିଲଭାନିଆ, ଆରିଜୋନା, ଜର୍ଜିଆ, ମିଶିଗାନ, ନେଭାଡା, ନର୍ଥ କାରୋଲିନା, ୱିସକନସିନର । ଏହି ପର୍ପଲ ଷ୍ଟେଟରେ ଯିଏ ବାଜି ମାରିବ ସେ ହେବ ଆଗାମୀ ହ୍ବାଇଟ ହାଉସ ବସ ।

ଆମେରିକାରେ ୫୦ ରାଜ୍ୟରେ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ରହିଛି । ନିର୍ବାଚନ ଜିତିବାକୁ ହେଲେ ମ୍ୟାଜିକ ନମ୍ବର ୨୭୦ ଆଙ୍କ ଛୁଇଁବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ୧୯୮ ଆସନରେ ଲିଡ ନେଇଥିବା ବେଳେ ହମଲା ହାରିସ ୧୦୯ ଇଲେକ୍ଟ୍ରୋଲ କଲେଜରେ ଆଗରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri