ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ କ୍ୟୁବାର ନାମ ସାମିଲ

ୱାଶିଂଟନ,୧୨ ।୧: ଆମେରିକା ପୁଣିଥରେ କ୍ୟୁବାକୁ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ୱ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାର କିଛିଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ଆମେରିକାର ଏହି ତାଲିକାରେ କ୍ୟୁବାର ନାମ ପ୍ରଥମରୁ ଥିଲା । ହେଲେ ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ହଟାଇ ଦିଆଯାଇଥିଲା । କ୍ରୁ୍ୟବାର ବୈଦେଶିକ ମନ୍ତ୍ରୀ ବୁନୋ ରୋଡ୍ରଗ୍‌ଜ ଆମେରିକାର ଏହି ନିର୍ଣ୍ଣୟକୁ ନିନ୍ଦା କରିଛନ୍ତି । ତେବେ କ୍ୟୁବାର ନାମ ଆତଙ୍କବାଦ ପ୍ରାୟୋଜିତ ଦେଶ ତାଲିକାରେ ସାମିଲ ହେବା ସୂଚନା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିୟୋ ଦେଇଛନ୍ତି । ସେ କହିଛନ୍ତି ଏହି ତାଲିକାରେ କ୍ୟୁବାର ନାମ ଆସିବା ପରେ ତା’ଉପରେ ଆଉ କିଛି କଟକଣା ଲାଗୁ କରାଯାଇଛି । କ୍ୟୁବା ଉପରେ ବ୍ୟବସାୟ ସହ ପ୍ରତିରକ୍ଷା ଉପକରଣ କ୍ରୟ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ବୈଦେଶିକ ସହାୟତା ମାମଲାରେ ବି ପ୍ରତିବନ୍ଧକ ଲଗାଯାଇଛି ।

Share