ଆମେରିକାରେ ଶେଷ ହେଲା କରୋନା ପାଇଁ ଲାଗିଥିବା ଜରୁରୀ କାଳୀନ ପରିସ୍ଥିତି

ଓ୍ବାଶିଂଟନ,୧୧।୪: ପ୍ରାୟ ୩ ବର୍ଷ ପୂର୍ବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀ । ଏହାକୁ ନେଇ ସାରା ବିଶ୍ୱର ପ୍ରାୟ ସବୁ ଦେଶରେ ଅନେକ କଟକଣା ଲାଗୁ କରାଯାଇଥିଲା। ଏବେ ଆମେରିକା ସରକାର ଦେଶରେ ଲାଗୁ ହୋଇଥିବା କୋଭିଡ ପବ୍ଲିକ ହେଲଥ ଏମରଜେନ୍ସି ଓ ନ୍ୟାଶନାଲ ଏମରଜେନ୍ସିକୁ ଶେଷ କରିବାକୁ ଘୋଷଣା କରିଛନ୍ତି। ବାଇଡେନ ପ୍ରଶାସନ ଚଳିତ ବର୍ଷ ଜାନୁୟାରୀରେ ଘୋଷଣା କରିଥିଲେ କି କରୋନା ମହାମାରୀର ସଂକ୍ରମଣ ଓ ସ୍ଥିତିର ସମିକ୍ଷା କରିବା ପରେ ୧୧ ମେ’ଠାରୁ ଦେଶରେ ରାଷ୍ଟ୍ରୀୟ ଜରୁରୀକାଳିନ ପରିସ୍ଥିତି ଶେଷ କରିଛନ୍ତି। ଏହାର ଏକ ମାସ ପୂର୍ବରୁ ରାଷ୍ଟ୍ରପତି ଏମରଜେନ୍ସି ହଟାଇବାକୁ ଘୋଷଣା କରିଥିଲେ। ଆମେରିକାରେ ଏହି ଜରୁରୀକାଳିନ ପରିସ୍ଥିତି ଗତ ୩ ବର୍ଷ ହେଲା ଲାଗୁ ହୋଇଥିଲା। କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ଜାନୁୟାରୀ ୨୦୨୦ରେ ଡୋନାଲ୍ଡ ଟ୍ରମ୍ଫ ପ୍ରଶାସନ ଏହି ଏମରଜେନ୍ସି ଲାଗୁ କରିଥିଲେ।

ହ୍ବାଇଟ ହାଉସର ପ୍ରେସ ରିଲିଜରେ କୁହାଯାଇଛି କି ୧୦ ଏପ୍ରିଲ ୨୦୨୩ରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି, ଯେଉଁଥିରେ କରୋନା ଭାଇରସ ମହାମାରୀ ପାଇଁ ଲଗାଯାଇଥିବା ରାଷ୍ଟ୍ରୀୟ ଜରୁରୀକାଳିନ ପରିସ୍ଥିତିକୁ ଶେଷ କରାଯାଇଛି। ଏହି ପ୍ରସ୍ତାବ ଉପରେ ବାଇଡେନ ହସ୍ତାକ୍ଷର କରିଛନ୍ତି, ଏହାକୁ ହାଉସ ଅଫ ରିପ୍ରେଜେଣ୍ଟେଟିଭର ସାଂସଦ ପଲ ଗୋସରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ସଂସଦରେ ଏହାର ସପକ୍ଷରେ ୨୨୯ ଭୋଟ ମିଳିଥିଲା ଓ ଏହା ବିରୋଧରେ ୧୯୭ ଭୋଟ ମିଳିଥିବାରୁ ଏହାକୁ ପାସ କରି ଦିଆଯାଇଥିଲା। ସିନେଟରେ ବି ଏହି ପ୍ରସ୍ତାବକୁ ୬୮-୨୩ ଅନ୍ତରରେ ପାସ କରି ଦିଆଯାଇଛି।

Share