ଜନ କେରି କରୋନା ସଂକ୍ରମିତ, ଅନୁଭବ କରୁଛନ୍ତି ସାମାନ୍ୟ ଲକ୍ଷଣ

ମିଶ୍ର.୧୯ ।୧୧: ଆମେରିକାର ଜଳବାୟୁ ଦୂତ ଜନ କେରି ଶର୍ମ ଅଲ-ଶେଖ, ମିଶ୍ରରେ ଆୟୋଜିତ ସଂଯୁକ୍ତ ରାଷ୍ଟ୍ରର କପ-୨୭ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେଠାରେ ସେ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବ ଜଣାପଡିଛି । ତାଙ୍କ ପ୍ରବକ୍ତା ହ୍ୱିଟନି ସ୍ମିତ ଏହି ସୂଚନା ଦେଇଛନ୍ତି । ସ୍ମିତ ତାଙ୍କ ବୟାନରେ କହିଛନ୍ତି କି ଜନ କେରି କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରୁଛନ୍ତି ଆଉ ଏବେ ସେ ଶିଖର ସମ୍ମିଳନୀରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛନ୍ତି । ଏହାସହ ସେ ଯେଉଁମାନଙ୍କ ସହ ମିଶିଛନ୍ତି ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରାଯାଇଛି ।

Share