ଏଚ୍‌-୧ ବି ଭିଜା ନିୟମରେ ପରିବର୍ତ୍ତନ କଲା ୟୁଏସ୍‌; ପ୍ରଭାବିତ ହେବେ ଭାରତୀୟ ପ୍ରଫେଶନାଲ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏଚ୍‌-୧ ବି ଭିଜାକୁ ନେଇ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମ ଅନ୍ତର୍ଗତ ୟୁଏସ୍‌ କର୍ମଚାରୀଙ୍କୁ ରୋଜଗାର କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ। ଟ୍ରମ୍ପ ସରକାର ବିଦେଶରୁ ୟୁଏସ୍‌ ଯାଉଥିବା କର୍ମଚାରୀଙ୍କ ସଂଖ୍ୟା କମାଇବା ଏବଂ ଅପ୍ରବାସନକୁ ନିୟନ୍ତ୍ରଣ କରିବା ଲାଗି ଏଭଳି କଟକଣା ଜାରି କରିଥିବା କୁହାଯାଉଛି। ୟୁଏସ୍‌ ଡିମାର୍ଟମେଣ୍ଟ ଅଫ୍‌ ହୋମ୍‌ଲାଣ୍ଡ ସିକ୍ୟୁରିଟି ମଙ୍ଗଳବାର ଏସ୍‌- ବି ଭିଜାକୁ ନେଇ ନୂଆ ନିୟମ ଜାରି କରିଥିବା ଜଣାପଡ଼ିଛି। ଆମେରିକା ପ୍ରତିବର୍ଷ ପ୍ରାୟ ୮୫ ହଜାର ଏଚ୍‌-୧ ବି ଭିଜା ଜାରି କରୁଛି। ଏହି ଭିଜା ଲାଭକରି ବିଦେଶର କୁଶଳୀ କର୍ମଚାରୀମାନେ ସେଠାରେ ଚାକିରି ପାଇଥାନ୍ତି। ନୂଆ ନିୟମ ଲାଗୁହେବା ଦ୍ୱାରା ଭାରତୀୟ ପ୍ରଫେଶନାଲମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। କାରଣ ଏହି ବର୍ଗର କର୍ମଚାରୀଙ୍କୁ ନିଯୁକ୍ତିଦେବା ଲାଗି ଆମେରିକା ଫାର୍ମଗୁଡିକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଫଳରେ ସେମାନେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାରୁ ବିରତ ହେବେ ବୋଲି କୁହାଯାଉଛି। ୟୁଏସ୍‌ ଜାରି କରୁଥିବା ମୋଟ୍‌ ଏଚ୍‌-୧ ବି ଭିଜା ମଧ୍ୟରୁ ଭାରତୀୟମାନେ ପ୍ରାୟ ୭୦% ଭିଜା ଲାଭ କରିଥାନ୍ତି। ଭାରତ ପଛକୁ ଚାଇନା ଏହି ଭିଜା ଲାଭ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛି। ନୂଆ ନିୟମ ଦ୍ୱାରା ନିଯୁକ୍ତି ଲାଗି ଆବେଦନ କରୁଥିବା ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ବାଦ୍‌ ପଡ଼ିବେ ବୋଲି ଆକଳନ କରାଯାଇଛି। ଭାରତରୁ ଅଧିକାଂଶ ଆଇଟି ପ୍ରଫେଶନାଲ ଏହି ଭିଜା ଦ୍ୱାରା ଆମେରିକାରେ ଚାକିରି ଲାଗି ଯାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri