ପ୍ରୋ ଟ୍ରମ୍ପ ହିଂସାରେ ଭାରତୀୟ ପତାକା ଦେଖାଇଥିଲେ କୋଚୀର ବାସୀନ୍ଦା

କୋଚୀ,୮।୧- ଆମେରିକାର କ୍ୟାପିଟାଲ ହିଲ ସମ୍ମୁଖରେ ଭାରତୀୟ ପତାକା ଦେଖାଉଥିବା ଗୋଷ୍ଠୀର ନେତୃତ୍ୱ ନେଇଥିଲେ କେରଳର ଚମ୍ବାକାରା ଅଞ୍ଚଳର ଜଣେ ବାସୀନ୍ଦା। ତାଙ୍କ ନାମ ହେଉଛି ଭିନସେଣ୍ଟ ଜାଭିଅର ପାଲାଥିଙ୍ଗାଲ। ଓ୍ବାଶିଂଟନରୁ ଫୋନ ଯୋଗେ ସେ କହିଛନ୍ତି, ଇଣ୍ଡୋ-ଆମେରିକୀୟମାନେ ଟ୍ରମ୍ପଙ୍କ ପ୍ରତି ସମର୍ଥନ ଦର୍ଶାଇବା ପାଇଁ ଭାରତୀୟ ପତାକା ନେଇ ଯାଇଥିଲେ। କ୍ୟାପିଟାଲ ବିଲ୍ଡିଂ ଭିତରେ ହୋଇଥିବା ହିଂସା କାଣ୍ଡରେ ସେ ସାମିଲ ନ ଥିବା କହିଛନ୍ତି।

ନିର୍ବାଚନବେଳେ ଭୋଟରଙ୍କ ସହ ଠକେଇ ହୋଇଥିବା ବିଶ୍ୱାସ କରି ବିଭିନ୍ନ ଦେଶର ନାଗରିକମାନେ ଓ ରିପବ୍ଲିକାନ ସମର୍ଥକମାନେ ବୁଧବାର କ୍ୟାପିଟଲ ବିଲ୍ଡିଂ ଆଗରେ ଏକତ୍ରିତ ହୋଇଥିଲେ। ଆମେ ଶାନ୍ତିପୂର୍ଣ୍ଣ ଭାବେ ରାଲିରେ ସାମିଲ ହୋଇଥିଲୁ। ଟ୍ରମ୍ପଙ୍କ ରାଲିରେ ପାକିସ୍ତାନ, ଜାପାନ, ଇରାନ ଭଳି ଦେଶର ମଧ୍ୟ ପତାକା ଥିଲା ବୋଲି ଥ୍ରିସୁର ସରକାରୀ ଇଞ୍ଜିନିୟର କଲେଜରୁ ଗ୍ରାଜୁଏଟ୍‌ ହୋଇଥିବା ପାଲାଥିଙ୍ଗାଲ କହିଛନ୍ତି। ସେ ୧୯୯୨ରେ ଆମେରିକା ଚାଲିଯାଇଥିଲେ।

 

Share