ଭାରତକୁ ପୁଣି ବଡ଼ ଧୋକା ଦେଲା ଆମେରିକା

ଓ୍ବାଶିଂଟନ,୧।୨: ଆମେରିକା ପୁଣି ଥରେ ନିଜର ପ୍ରକୃତ ରଙ୍ଗ ଦେଖାଇଛି। ଦ ୱାୟାର ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା ବର୍ତ୍ତମାନ ଭାରତକୁ ୩ ବିଲିୟନ ଡଲାରରେ ବିକ୍ରି କରିବାକୁ ଥିବା ୩୧ ଏମକ୍ୟୁ୯ ଏସି ଗାର୍ଡିଆନ ଏବଂ ସ୍କାଏ ଗାର୍ଡିଆନ ଡ୍ରୋନ ବନ୍ଦ କରି ଦେଇଛି। ଆମେରିକା ସ୍ପଷ୍ଟ କରିଛି ଯେ, ସେ ଏପର୍ଯ୍ୟନ୍ତ ଏହି ଡିଲ ଉପରେ ଆଲୋଚନା କରୁଛି। ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ସୁଲେମାନି କିଲର ଡ୍ରୋନର ଚୁକ୍ତି ଘୋଷଣା କରାଯାଇଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ, ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା ଭାରତକୁ ’ଅର୍ଥପୂର୍ଣ୍ଣ ଅନୁସନ୍ଧାନ’ କରିବାକୁ ଚାପ ପକାଉଛି।

ଦ ୱାୟାର ରିପୋର୍ଟ ଅନୁଯାୟୀ, ଆମେରିକା ସଂସଦ କଂଗ୍ରେସ ଆମେରିକା ସରକାରଙ୍କ ଭାରତକୁ ଡ୍ରୋନ ବିକ୍ରୟ ଅନୁରୋଧକୁ ରୋକିଦେଇଛି। ସେହି ସମୟରେ ଯେତେବେଳେ ଆମେରିକା ସରକାର ଏହି ଡ୍ରୋନ କାରବାର ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିଲେ। ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଥିବା ଭଲ ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ଡିଲ କେବଳ ଏକ ଔପଚାରିକତା ଅଟେ। ବର୍ତ୍ତମାନ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରର ସଠିକ ଯାଞ୍ଚ ପାଇଁ ଆମେରିକା କଂଗ୍ରେସ ଭାରତ ଉପରେ ଚାପ ପକାଉଛି।

Share