“ଦକ୍ଷ ଭାରତୀୟମାନେ ଆମେରିକାକୁ ବହୁତ ଲାଭ ଦେଇଛନ୍ତି”: ଏଲନ୍ ମସ୍କ

ନୂଆଦିଲ୍ଲୀ,୩୦।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସ୍ ଏକ୍ସ’ର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି ଯେ ଦକ୍ଷ ଭାରତୀୟମାନଙ୍କୁ ନିଯୁକ୍ତି ଦେଇ ଆମେରିକା ବହୁତ ଲାଭବାନ ହୋଇଛି। ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥଙ୍କ ‘People by WTF’ ପୋଡକାଷ୍ଟରେ ଯୋଗ ଦେଇ ସେ ଏଚ୍-୧ବି (H-1B) ଭିସା ଏବଂ ପ୍ରବାସନକୁ ନେଇ ଚାଲିଥିବା ବିବାଦ ଉପରେ ଏହି ମନ୍ତବ୍ୟ ଦେଇଛନ୍ତି।

ମସ୍କ ଦୃଢ଼ତାର ସହ କହିଛନ୍ତି, “ମୋ ମତରେ, ଆମେରିକା ଆସିଥିବା ଦକ୍ଷ ଭାରତୀୟମାନଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି।” ସେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏବଂ ଗୁଗଲ୍ ମୁଖ୍ୟ ସୁନ୍ଦର ପିଚାଇଙ୍କ ଭଳି ଭାରତୀୟ ପ୍ରତିଭାମାନଙ୍କୁ ମନେ ପକାଇଥିଲେ, ଯେଉଁମାନେ ବର୍ଷ ବର୍ଷ ଧରି ଆମେରିକାର ଅର୍ଥନୈତିକ ପ୍ରଗତିରେ ଯୋଗଦାନ କରିଆସୁଛନ୍ତି।

ମସ୍କ ସ୍ୱୀକାର କରିଛନ୍ତି ଯେ ଦେଶରେ ଦେଖାଯାଉଥିବା କିଛି ପ୍ରବାସନ ବିରୋଧୀ ମନୋଭାବ ଏଚ୍-୧ବି ଭିସା କାର୍ଯ୍ୟକ୍ରମର ପୂର୍ବ ଅପବ୍ୟବହାର ଏବଂ ପୂର୍ବ ପ୍ରଶାସନ ସମୟରେ ଅତ୍ୟଧିକ ନମନୀୟତା କାରଣରୁ ସୃଷ୍ଟି ହୋଇଛି। ସେ କହିଛନ୍ତି, “H-1B କାର୍ଯ୍ୟକ୍ରମର କିଛି ଅପବ୍ୟବହାର ହୋଇଛି। ଆଉଟସୋର୍ସିଂ କମ୍ପାନୀଗୁଡ଼ିକ H-1B ବ୍ୟବସ୍ଥାରେ ଖେଳ ଖେଳିଛନ୍ତି, ଯାହାକୁ ବନ୍ଦ କରିବାକୁ ପଡ଼ିବ।”

ମସ୍କ H-1B କାର୍ଯ୍ୟକ୍ରମକୁ ବନ୍ଦ କରିବା ସପକ୍ଷରେ ନାହାନ୍ତି, ବରଂ ଏହାର ଅପବ୍ୟବହାରକୁ ରୋକିବା ପାଇଁ ସଂସ୍କାର କରିବାକୁ ଆହ୍ୱାନ ଦେଇଛନ୍ତି। ଆମେରିକାରେ କାମ କରିବାକୁ ଇଚ୍ଛୁକ ଭାରତୀୟମାନଙ୍କ ପାଇଁ ତାଙ୍କର ବାର୍ତ୍ତା ଥିଲା: “ଯିଏ ଅଧିକ ଯୋଗଦାନ କରେ ଏବଂ ସମାଜ ପାଇଁ ନେଉଥିବା ଜିନିଷଠାରୁ ଅଧିକ ମୂଲ୍ୟର ଆଉଟପୁଟ୍ ଦିଏ, ସେ ମୋର ସମ୍ମାନର ପାତ୍ର।”

ବିଶ୍ଳେଷକମାନେ କହୁଛନ୍ତି ଯେ, ଏଚ୍-୧ବି ଭିସା ଫି’ ବୃଦ୍ଧି ହେତୁ ହଜାର ହଜାର ଭାରତୀୟଙ୍କ ପାଇଁ ଆମେରିକାରେ ଚାକିରି କରିବାର ସ୍ୱପ୍ନ ଧୀରେ ଧୀରେ ମଉଳି ଯାଉଥିବା ସମୟରେ ମସ୍କଙ୍କ ଏହି ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri