ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଘୋଷଣା କରେ ଚାଇନାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ଚାଇନା କହିଛି ଏହାର ଠିକଣା ଜବାବ ଦିଆଯିବ।

ଜିନଜିଆଙ୍ଗ ପ୍ରଦେଶ ତଥା ଅନ୍ୟ ଅଞ୍ଚଳରେ ଚାଇନା ପକ୍ଷରୁ ମାନବିକ ଅଧିକାରର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚାଇନା ଉଇଗର ସମ୍ପ୍ରଦାୟଙ୍କର ନରସଂହାର କରୁଥିବା ଆମେରିକା କହିଛି। ତେବେ ଏଭଳି ଅଭିଯୋଗ ମିଥ୍ୟା ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ଚାଇନାର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଝାଓ ଲିଝିୟନ୍‌ ଉଇଗର ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯାତନା ଅଭିଯୋଗ ଏକ ଗୁଜବ ବୋଲି କହିଛନ୍ତି। ଆମେରିକାର ଏଭଳି ପଦକ୍ଷେପକୁ ଦେଶରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସ୍ବାଗତ କରାଯାଇଛି।

ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ୨୦୨୨ ଫେବୃୟାରୀ ୪ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ମାସରେ କହିଥିଲେ ଯେ ଚାଇନା ମାନବିକ ଅଧିକାରର ଉଲ୍ଲଂଘନ କରୁଛି। ତେଣୁ ବେଜିଂ ଅଲମ୍ପିକ୍ସ୍‌ ବହିଷ୍କାର ଉପରେ ବିଚାର କରାଯାଇଛି। ପୂର୍ବରୁ ୧୯୮୦ରେ ଆମେରିକା ମସ୍କୋ ଅଲିମ୍ପିକ୍ସକୁ ସଂପୂର୍ଣ୍ଣ ଭାବେ ବହିଷ୍କାର କରିଥିଲା

Share