ଆମେରିକାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ କରୋନା ଟିକା

ୱାଶିଂଟନ,୧୮ ।୬: ସାରା ବିଶ୍ୱରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଏହାକୁ ଦୃଷ୍ଟିରେ ରଖି ଏବେ ଆମେରିକାରେ କରୋନା ଟିକାକରଣରେ ସାମିଲ ହୋଇଛନ୍ତି ୫ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ । ଏବେ ସେଠାରେ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କରୋନା ଟିକା ଦିଆଯିବାକୁ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା ସପ୍ତାହରୁ ଏହା କାର୍ଯ୍ୟକାରୀ କରାଯିବ ।
ଖାଦ୍ୟ ଓ ଔଷଧ ପ୍ରଶାସନ(ଏଫଡିଏ)ର ସୁପାରିସ ପୂର୍ବରୁ ଏହାର ପରାମର୍ଶଦାତା ସମିତି ମର୍ଡନା ଓ ଫାଇଜରକୁ ଟିକା ଦେବାକୁ ଅନୁମତି ପ୍ରଦାନ କରିଥିଲା । ଆମେରିକାରେ ବୟସ୍କଙ୍କୁ କରୋନା ଟିକା ଦିଆଯିବାର ପ୍ରାୟ ଦେଢ ବର୍ଷ ପରେ ୫ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କୁ ଟିକାକରଣର ଅନୁମତି ଦିଆଯାଇଛି । ଦେଶରେ ୫ ବର୍ଷ ପର୍ଯ୍ୟନ୍ତ ବୟସର ପ୍ରାୟ ୧.୮ କୋଟି ଶିଶୁ ରହିଛନ୍ତି ।

Share