ତଓ୍ବାଙ୍ଗ ପ୍ରସଙ୍ଗରେ ଭାରତର କାର୍ଯ୍ୟକୁ ପ୍ରଶଂସା କଲା ଆମେରିକା…

ଓ୍ବାଶିଂଟନ,୧୪।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ନିକଟରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରହଣ କରାଯାଇଥିବା ଭାରତର ଉଦ୍ୟମକୁ ଆମେରିକା ପ୍ରଶଂସା କରିଛି। ପେଣ୍ଟାଗନ ପ୍ରେସ ସଚିବ ପ୍ୟାଟ ରାଇଡର୍‌ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମର ସହଯୋଗୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା ଉପରେ ଆମେ ସ୍ଥିର ରହିବୁ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଆମେ ଭାରତର ଉଦ୍ୟମକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରୁଛୁ। ଭାରତ-ଚାଇନା ସୀମାରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି ବୋଲି ପ୍ୟାଟ ରାଇଡର୍‌ କହିଛନ୍ତି। ସୀମାରେ ନିଜର ଶକ୍ତି ଠୁଳ କରି ଚାଇନା ତଥାକଥିତ ସାମରିକ ଭିତ୍ତିଭୂମି କିପରି ନିର୍ମାଣ କରୁଛି ତାହା ସମଗ୍ର ବିଶ୍ୱ ଜାଣେ।
ଚାଇନା ନିଜକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି ଏବଂ ଆମେରିକାର ସହଯୋଗୀ ଏବଂ ଇଣ୍ଡୋ-ପାସିଫିକରେ ଆମର ସହଯୋଗୀମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଞ୍ଚଳରେ ଜବରଦସ୍ତ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି । ଏହାକୁ ସହ୍ୟ କରାଯିବ ନାହିଁ।

Share