ଦୁଇ ବର୍ଷ ଧରି ଭାରତରେ ଆମେରିକାର ରାଷ୍ଟ୍ରଦୂତଙ୍କ ପଦ ଖାଲି: ଏରିକ ଗାର୍ସେଟ୍ଟିଙ୍କ ନାମଙ୍କ ନାମକୁ ନେଇ ବିବାଦ…

ଓ୍ବାଶିଂଟନ,୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଏରିକ ଗାର୍ସେଟ୍ଟି ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହୋଇପାରିବେ। ତେବେ ତାଙ୍କ ନାମରେ ଆମେରିକା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୋଟ ବିବାଦ ଯୋଗୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଭୋଟ ମାର୍ଚ୍ଚ ୮ ରେ ଅନୁଷ୍ଠିତ ହେବ ଏବଂ ଏହା ପରେ ହିଁ ସ୍ଥିର ହେବ ଯେ ଗାର୍ସେଟ୍ଟି ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହେବେ ନା ଅନ୍ୟ ନୂତନ ନାମକୁ ନେଇ ବିଚାର କରାଯିବ।

ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ ଗାର୍ସେଟ୍ଟି ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ଜୁଲାଇ ୨୦୨୧ ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ତେବେ ଦଳର କିଛି ନେତା ତଥା ବିରୋଧୀ ଦଳ ତାଙ୍କ ନାମକୁ ବିରୋଧ କରୁଛନ୍ତି। ଗାର୍ସେଟ୍ଟି ଲସ ଆଞ୍ଜେଲ୍ସର ପୂର୍ବତନ ମେୟର ଥିଲେ ଏବଂ ମେୟର ଭାବରେ ରହିବା ସମୟରେ ସେ ତାଙ୍କ କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ବିରୋଧୀ ରିପବ୍ଲିକାନ ପାର୍ଟି ଏବଂ ତାଙ୍କ ଦଳ ଡେମୋକ୍ରାଟିକ ପାର୍ଟିର କିଛି ସାଂସଦଙ୍କ ଦ୍ୱାରା ଗାର୍ସେଟ୍ଟିଙ୍କ ନାମକୁ ବିରୋଧ କରାଯାଉଛି। ଯେଉଁଥିପାଇଁ ତାଙ୍କ ନାମ ଚୂଡାନ୍ତ ହୋଇ ପାରୁ ନାହିଁ।

ଗତ ଜାନୁଆରୀରେ ଜୋ ବାଇଡେନ ପୁଣିଥରେ ଗାର୍ସେଟ୍ଟିଙ୍କ ନାମ ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ସିନେଟ ବୈଦେଶିକ ସମ୍ପର୍କ କମିଟିର ସଭାପତି ବବ ମେଣ୍ଡେଜ ୨୮ଫେବୃଆରୀରେ ଏକ ବୈଠକ ଡାକି ଗାର୍ସେଟ୍ଟିଙ୍କୁ ମନୋନୀତ କରିବାକୁ ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ବୈଠକକୁ ସ୍ଥଗିତ ରଖାଯାଇଛି ଏବଂ କମିଟି ମାର୍ଚ୍ଚ ୮ ରେ ଭୋଟ ଦେବ। ସେତେବେଳେ ହିଁ ଗାର୍ସେଟ୍ଟିଙ୍କ ନାମ ଚୂଡାନ୍ତ ହେବ। ଅଭିଯୋଗ ସତ୍ତ୍ୱେ ହ୍ବାଇଟ ହାଉସ ଗାର୍ସେଟ୍ଟିଙ୍କୁ ସମର୍ଥନ କରୁଛି।

ଗତ ଦୁଇ ବର୍ଷ ଧରି ଭାରତରେ ଆମେରିକାର ରାଷ୍ଟ୍ରଦୂତ ନିଯୁକ୍ତ ହୋଇପାରି ନାହାନ୍ତି। ଯାହା ଉପରେ ସିନେଟ ବୈଦେଶିକ ବ୍ୟାପାର କମିଟିର ସଭାପତି ବବ ମେଣ୍ଡେଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ଏହି ପଦବୀଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ରହିବା ଆମେରିକାର ହିତରେ ନାହିଁ।

Share