ମଣିପୁର ହିଂସାକୁ ରୋକିବା ନେଇ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଆମେରିକା ରାଷ୍ଟ୍ରଦୂତ, କଟାକ୍ଷ କଲା କଂଗ୍ରେସ

ଓ୍ବାଶିଂଟନ୍‌,୭।୭: ୨ମାସରୁ ଅଧିକ ହେଲାଣି ମଣିପୁର ନିଆଁ ହୁତୁହୁତୁ ହୋଇ ଜଳୁଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ବୈଠକ ସତ୍ତ୍ୱେ ହିଂସା ଥମିବାର ନାଁ ନେଉ ନାହିଁ। ତେବେ ଏହି ସମୟରେ ମଣିପୁରକୁ ହତାଦାର କରି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କେନ୍ଦ୍ରର ଅପାରଦର୍ଶିତାକୁ ପଦାରେ ପକାଇଛି। ତେବେ ମଣିପୁରରେ ଚାଲିଥିବା ହିଂସାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ହିଂସା ରୋକିବା ନେଇ ଆମେରିକା ସାହାଯ୍ୟର ହାତ ବଢେଇଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ କହିଛନ୍ତି,‘ମଣିପୁର ହିଂସା ନେଇ ଯଦି ଭାରତ ସାହାଯ୍ୟ ମାଗେ ତେବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବୁ। ଆମେ ଜାଣୁ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କିନ୍ତୁ ଆମେ ଯଥାଶୀଘ୍ର ରାଜ୍ୟରେ ଶାନ୍ତି ଆଶା କରୁଛୁ। ଦଙ୍ଗା ପରିସ୍ଥିତିକୁ ରୋକିବା ନେଇ ଆମେ କୌଣସି ଯୋଜନ କରିନାହୁଁ କିନ୍ତୁ ରାଜ୍ୟର ଜନଜାତିଙ୍କ ପାଇଁ ଆମେ ଚିନ୍ତିତ।

ସୂଚନାଯୋଗ୍ୟ, କୋଲକତାର ଏକ କାର୍ଯ୍ୟକ୍ରମ ସମୟରେ ଜଣେ ସାମ୍ବାଦିକ ତାଙ୍କୁ ମଣିପୁର ହିଂସା ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ, ଗାର୍ସେଟୀ ସାହାଯ୍ୟ କରିବା ନେଇ ମତପୋଷଣ କରିଥିଲେ। ସେହିପରି ସେ କହିଛନ୍ତି, ମଣିପୁରର କିଶୋର ଏବଂ ସେଠାରେ ମୃତକଙ୍କ ଲାଗି ଚିନ୍ତା ପ୍ରକଟ କରିବା ପାଇଁ ଜଣେ ଭାରତୀୟ ହେବା ଜରୁରୀ ନୁହେଁ। ଗଣତନ୍ତ୍ର ଦେଶରେ ଏପରି ଘଟିବା ଦୁଃଖଦଦାୟକ। ସଂଖ୍ୟାଲଘୁମାନଙ୍କର ଅଧିକାର ରକ୍ଷା କରିବା ଏକ କଷ୍ଟସାଧ୍ୟ ବ୍ୟାପାର।

ସେପଟେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀଙ୍କ ଏପରି ବିବୃତ୍ତିରେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଯିବା ଉଚିତ୍‌। ଅଗାମୀ ମୌସୁମୀ ଅଧିବେଶନରେ ଆମେ ଏହି ପ୍ରସଙ୍ଗ ଉଠାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଡ଼ିଶାକୁ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ, ୧୨ ତାରିଖରେ ହେବ…

ଭୁବନେଶ୍ୱର,୭ା୮: ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

‘ହସ୍ତତନ୍ତ ଦିବସ’ରେ କୁକୁର ସହ ଭିଡ଼ିଓ କଲେ ରାହୁଲ, କହିଲେ ମା’ ସୋନିଆ ଦେଖିଲେ..

ନୂଆଦିଲ୍ଲୀ,୭।୮: ଭାରତୀୟ ଜାତୀୟ କଂଗ୍ରେସ (INC) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିନ୍ନ ସ୍ବାଦର ଭିଡିଓ ଶେୟାର କରିଛି। ଭିଡିଓରେ ଲୋକ ସଭାର ବିରୋଧୀ…

IND vs SL: ବଦଳିଲେ ଟିମ ଇଣ୍ଡିଆର ଅଧିନାୟକ, ଶୁବମନ ଗିଲଙ୍କ ସ୍ଥାନ ନେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୭।୮: ଶ୍ରୀଲଙ୍କା ଏକାଦଶ ଟସ ଜିତି ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା; ଫଳରେ, କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri