ଭାରତ ଶକ୍ତିଶାଳୀ ବୋଲି ସ୍ବୀକାର କଲା ଆମେରିକା: ମିଳିମିଶି କାମ କରିବାକୁ କହିଲା

ଓ୍ବାଶିଂଟନ, ୨୬।୧୦: ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆମେରିକା ସ୍ବୀକାର କରିଛି। ଭାରତ ସହିତ ମିଳିମିଶି କାମ କରିବାକୁ ଆମେରିକା ଆଗ୍ରହୀ ବୋଲି କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଶଂସା କରିଥିଲେ। ଏବେ ଆମେରିକାର ଏଭଳି ମନ୍ତବ୍ୟ ଚାଇନା ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ଚର୍ଚ୍ଚା ହେଉଛି। ଏଲ୍‌ଏସିରେ ଚାଇନା ଯୋଗୁ ସୃଷ୍ଟି ହୋଇଥିବା ଉତ୍ତେଜନା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଥିବାବେଳେ ଆମେରିକାର ଭାରତ ପ୍ରତି ଏଭଳି ସକାରାତ୍ମକ ମତାମତ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସରକାରଙ୍କୁ ହରଡ଼ଘଣାରେ ପକାଇଛି।

Share