Advertisement

ଆମେରିକାରେ ସଡ଼କ ଦୁର୍ଘଟଣା: ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୫ ଗୁରୁତର

ନ୍ୟୁୟର୍କ,୨୮।୧୦: ଆମେରିକାର ପଶ୍ଚିମ ମାସାଚ୍ୟୁସେଟ୍ସରେ ଗୁରୁବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଛାତ୍ରମାନେ ଏକ କାରରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ମୃତକ ହେଲେ ପ୍ରେମ କୁମାର ରେଡ୍ଡୀ(୨୭), ପାଭାନି ଗୁଲ୍ଲାପାଲ୍ଲୀ(୨୨) ଏବଂ ସାଇ ନରସିଂହ ପାଟାମସେଟୀ(୨୨) ବୋଲି ଜଣାପଡିଛି। ଆହତମାନେ ହେଲେ ମନୋଜ ରେଡ୍ଡୀ ଡୋଣ୍ଡା(୨୩), ଶ୍ରୀଧର ରେଡ୍ଡୀ ଚିଣ୍ଟାକୁଣ୍ଟା(୨୨), ବିଜୟ ରେଡ୍ଡୀ ଗୁମ୍ମାଲା(୨୩) ଏବଂ ହିମା ଈଶ୍ୱରିଆ ସିଦ୍ରେଡି(୨୨)ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ବର୍କସାୟାର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରମାନେ ନ୍ୟୁ ହାଭେନ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଜଣେ ସାକ୍ରେଡ ହାର୍ଟ ବିଶ୍ୱବିଦ୍ୟାଳର ଛାତ୍ର ବୋଲି ଜଣାପଡିଛି। ସେହିପରି କାର ସହ ଧକ୍କା ହୋଇଥିବା ଅନ୍ୟ ଗାଡ଼ିରେ ଏକାକୀ ଡ୍ରାଇଭର ରହିଥିଲେ। ଦୁର୍ଘଟଣାରେ ସେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଫେୟାର ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି...

ଏଲନ ମସ୍କଙ୍କ ମ୍ୟାନେମେଣ୍ଟ ଉପରେ ଅସନ୍ତୁଷ୍ଟ ହୋଇ ଏହି ଦେଶର ଶାସକ ଦଳ ଛାଡିଲା ଟୁଇଟର

ଲ୍‌ୟୁବ୍ଲୟାନା,୨୭ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଲାଗତାର ପରିବର୍ତ୍ତନ କରି ଚାଲିଛନ୍ତି । ଏଥିରେ ବ୍ଲୁ ଟିକକୁ...

କରୋନାର ନୂଆ ଔଷଧ: ନାକରେ ଲଗାଇଲେ ମରିଯିବ ଭାଇରସ!

ଓ୍ବାଶିଂଟନ,୨୨।୮: କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣକୁ ନେଇ ଆମେରିକାର ସ୍ଥିତି ସବୁଠାରୁ ଖରାପ...

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ...

ବାଲକୋନିରେ ମଡେଲଙ୍କ ସହ ରୋମାନ୍ସରେ ମାତିଥିଲେ ସିଙ୍ଗର, ସ୍ତ୍ରୀ ଚାଲି ଆସିବାରୁ…

ବ୍ରାସିଲିଆ,୨୧ା୫: ବ୍ରାଜିଲର ଜଣାଶୁଣା ଜଣେ ସିଙ୍ଗରଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ହେଲା ତାଙ୍କ ରୋମାନ୍ସ। ୨୩ ବର୍ଷୀୟ ଏମ୍‌ସି କେବିନ ଦୁଇ ସପ୍ତାହ...

ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…

କ୍ୱିଭ୍‌, ୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ...

ପରେଡ୍‌ ବେଳେ ଛୋଟାଉଥିଲେ ପୁଟିନ୍‌

ମସ୍କୋ, ୧୧ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ୟାନ୍‌ସର ଓ ପାର୍କିନସନ୍‌ସ ରୋଗରେ ପୀଡ଼ିତ ଥିବାନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକାଧିକ ରିପୋର୍ଟ ପ୍ରକାଶ ପାଇବା ପରେ...

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା...

Advertisement
Archives

Model This Week