୧୫ ମିନିଟ ପାଇଁ ୪ କୋଟି ନେବେ ଉର୍ବଶୀ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନୂଆ ବର୍ଷ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଏକ ଡ୍ୟାନ୍ସ ପରଫର୍ମ ପାଇଁ ବଲିଉଡ୍‌ ଅଭିନେତ୍ରୀ ଉର୍ବସୀ ରୌତେଲା ୪ କୋଟି ଟଙ୍କା ଚାର୍ଜ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଉର୍ବସୀଙ୍କର ଏହି ପରଫର୍ମ ମାତ୍ର ୧୫ ମିନିଟର।
ଦୁବାଇର ଏକ ହୋଟେଲରେ ପରଫର୍ମ ପାଇଁ ଉର୍ବସୀଙ୍କୁ ଅଫର ମିଳିଛି। ମାତ୍ର ୧୫ ମିନିଟର ପରଫର୍ମ ପାଇଁ ଉର୍ବସୀ ୪ କୋଟି ଟଙ୍କା ନେବେ। ଏହା ବହୁତ ବଡ଼ ରାଶି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ଅଭିନେତ୍ରୀ ଏତିକି ଟଙ୍କା ନେଇ ନାହାନ୍ତି। ନୂଆ ବର୍ଷର ପରଫର୍ମ ପାଇଁ ଏତେ ଟଙ୍କା ନେଉଥିବା ଉର୍ବସୀ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତ୍ରୀ।

 

Share