ତାମିଲ ଫିଲ୍ମରେ କାମ କରିବାକୁ ଚାହାନ୍ତି ଉର୍ବଶୀ, କହିଲେ କାରଣ…

ଅଭିନେତ୍ରୀ ଉର୍ବଶୀ ରୌତେଲା ବଲିଉଡ୍‌ରେ ଜଲଓ୍ବା ଦେଖାଇବା ପରେ ଏବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସେ ଏବେ ତାମିଲ ଫିଲ୍ମ ‘ଦି ଲିଜେଣ୍ଡ’ରୁ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାମିଲ ଫିଲ୍ମରେ କାହିଁକି କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଭିଡିଓରେ ଉର୍ବଶୀ କହିଛନ୍ତି, ରଜନୀକାନ୍ତ ଏବଂ ଧୋନିଙ୍କ କାରଣରୁ ସେ ତାମିଲ ଫିଲ୍ମ କରୁଛନ୍ତି। ‘ମୁଁ ସବୁବେଳେ ତାମିଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲି, ଏହାର ତିନୋଟି କାରଣ ଅଛି। ପ୍ରଥମେ, ମୁଁ ରଜନୀକାନ୍ତ ସାରଙ୍କୁ ଏବଂ ଧୋନିଙ୍କୁ ଭଲ ପାଏ ।

Share