ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଗଲେଣି ଉର୍ବଶୀ !

ବମ୍ବେ: ପ୍ରେମ ପାଗେଳୀ ହୋଇଗଲେଣି ବଲିଉଡ୍‌ର ଗ୍ଲାମର୍‌ ଗର୍ଲ ଉର୍ବଶୀ ରୌତେଲା। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଦିନ ହେଲାଣି ଅଷ୍ଟ୍ରେଲିଆରେ ଅଛନ୍ତି ସେ। ସବୁଦିନ ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟରରେ ସେ କିଛି ନା କିଛି ଭିଡିଓ ଶେୟାର କରୁଛନ୍ତି। ଏହାକୁ ଋଷଭ ପନ୍ତଙ୍କ ସହ ଯୋଡ଼ା ଯାଉଛି।

କେତେବେଳେ ଭିଡିଓ ଶେୟାର କରି ଦୀପାବଳି ଅଷ୍ଟ୍ରେଲିଆ ନା ଇଣ୍ଡିଆରେ ପାଳିବ ବୋଲି ପଚାରୁଥିବା ବେଳେ କେତେବେଳେ ମନଖୋଲି ନାଚୁଥିବା ଦେଖାଯାଉଛି। ଏହା ଭାଇରାଲ ହେଉଥିବା ବେଳେ ପ୍ରଶଂସକମାନେ ପନ୍ତଙ୍କୁ ପଟେଇବାକୁ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଉଛନ୍ତି। ଏପରିକି ଅନେକେ ତାଙ୍କୁ ପନ୍ତଙ୍କ ପ୍ରେମରେ ପାଗଳୀ ହୋଇଯାଇଥିବା କହୁଛନ୍ତି।

Share