ଚଳନ୍ତା ବିମାନରେ ଦୀପିକାଙ୍କ ସହ ଏମିତି କାମ କଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ତାଙ୍କର ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ବିମାନରେ ସେ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କୁ ଭେଟିଥିଲେ। ଦୁବାଇରୁ ମୁମ୍ବାଇ ଫେରିବା ବାଟରେ ଦୁହେଁ ସାକ୍ଷାତ ହୋଇଥିବା ଜଣାପଡିଛି। ଚଳନ୍ତା ବିମାନରେ ସାକ୍ଷାତ ସମୟରେ ଉର୍ବଶୀ ଦୀପିକାଙ୍କୁ ଜୋର୍‌ରେ ଚୁମ୍ବନ ଦେଉଥିବା ଦେଖଯାଇଛି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଦୀପିକା ହସୁଥିବା ନଜର ଆସିଛନ୍ତି। ବିମାନରୁ ଓହ୍ଲାଇବା ପରେ ଦୀପିକାଙ୍କୁ କଳା ପୋଷାକ ସହ ଏକ ଡେନିମ ଜ୍ୟାକେଟରେ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା।
ଦୀପିକା ଖୁବ୍‌ଶୀଘ୍ର ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଠାନ’ରେ ନଜର ଆସିବେ। ଏବେ ଫିଲ୍ମର ଡବିଂ ଚାଲିଛି। ଜାନୁଆରୀ ୨୦୨୩ରେ ଏହା ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି।

 

Share