ଏହି ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ କିଏ ବା ନ ଜାଣେ। ସେ ନିଜର ଲୁକ୍‌ ଓ ଅଭିନୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ପକାଇବା ତେବେ ଶୁଣା ଯାଉଥିଲା କି ଉର୍ବଶୀ ଜଣେ ଭାରତୀୟ କ୍ରିକେଟ ଟିମ୍‌ର ଜଣାଶୁଣା ବ୍ୟାଟ୍ସମ୍ୟାନଙ୍କ ପ୍ରେମରେ ପାଗଳ ଥିଲେ। ଏହି କ୍ରିକେଟର ଋଷଭ ପନ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ୨୦୧୯ ମସିହାରେ ଋଷଭ ଏବଂ ଉର୍ବଶୀଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ତାଙ୍କ ସମ୍ପର୍କକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଉର୍ବଶୀ, ଋଭଙ୍କ ସହ ଥିବା ସମ୍ପର୍କକୁ ବନ୍ଧୁତ୍ୱର ନାମ ଦେଇ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ।

Share