ସଫେଇ ଦେଲେ ଉର୍ବଶୀ

ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ହାରିଯିବା ପରେ ଭାରତ ଫାଇନାଲ ରେସ୍‌ରୁ ବାଦ୍‌ ପଡିଥିଲା। ଏହି ଟୁର୍ନାମେଣ୍ଟ ଆରମ୍ଭରେ ଭାରତ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଭାରତୀୟ ପ୍ରଶଂସକମାନେ ସେମାନଙ୍କ ଦଳରୁ ବହୁତ ଆଶା ରଖିଥିଲେ। ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଉର୍ବଶୀ ମଧ୍ୟ ଷ୍ଟାଡିୟମକୁ ଯାଇଥିଲେ।
ଏହି ମ୍ୟାଚ ପରେ ଉର୍ବଶୀ ଏବଂ ପାକିସ୍ତାନ ବୋଲର ନଶୀମ ଶାହାଙ୍କ ହସୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଉଭୟଙ୍କ ହସୁଥିବା ବିଭିନ୍ନ ମୁହୂର୍ତ୍ତକୁ କ୍ୟାପଚର କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହା ଉର୍ବଶୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ। ଏହା ପରେ ନଶିମଙ୍କୁ ଏନେଇ ପଚରାଯିବାରୁ ସେ ଉର୍ବଶୀ କିଏ ଜାଣିନାହାନ୍ତି ବୋଲି କହିଥିଲେ। ଏବେ ଉର୍ବଶୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଉର୍ବଶୀ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛନ୍ତି, ଦୁଇ ଦିନ ପୂର୍ବେ ମୋ ଟିମ୍‌ ଏକ ସୁନ୍ଦର ଭିଡିଓ ସେୟାର କରିଥିଲେ। ଏହି ଭିହିଓକୁ ପ୍ରଶଂସକମାନେ ଏଡିଟ୍‌ କରିଥିଲେ। ଆମେ ଜାଣି ନ ଥିଲୁ ଅନ୍ୟ କିଏ ଜଡିତ ଅଛନ୍ତି। ମୁଁ ଏ ବିଷୟରେ ଗଣମାଧ୍ୟମକୁ ଅନୁରୋଧ କରୁଛି ଏହାକୁ ନେଇ କୌଣସି ଖବର କର ନାହିଁ। ସମସ୍ତଙ୍କୁ ଧନ୍ୟବାଦ।
ଉର୍ବଶୀ ଇନଷ୍ଟାଗ୍ରାମ କାହାଣୀରେ ନଶିମଙ୍କ ସହ ଶେୟାର କରିଥିବା ଭିଡିଓରେ ସେ ଗୋଟିଏ ଫ୍ରେମରେ ଥିବାବେଳେ ନଶିମ ଅନ୍ୟ ଏକ ଫ୍ରେମରେ ଥିଲେ। ଏହାପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Share