ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ

ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ବିଧାନ ପରିଷଦକୁ ରାଜ୍ୟପାଳଙ୍କ କୋଟାରୁ ମନୋନୀତ ହେଉଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଉର୍ମିଳାଙ୍କ ନାମକୁ ସୁପାରିଶ୍‌ ପାଇଁ ପଠାଯାଇଥିଲା। ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ମଞ୍ଜୁରୀ ମିଳିଲେ ଉର୍ମିଳା ବିଧାନ ପରିଷଦ ସଦସ୍ୟ ହେବେ। ଏହା ପୂର୍ବରୁ ସେ ଶିବସେନାରେ ଯୋଗଦେବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ପକ୍ଷରୁ ସେ ଉତ୍ତର ମୁମ୍ବାଇରୁ ଲଢ଼ିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ।

Share