Categories: ଜାତୀୟ

ଶିବସେନାରେ ଯୋଗଦେବେ ଉର୍ମିଳା!

ମୁମ୍ବାଇ,୩୦ ।୧୧: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ । ପଲିଟିକାଲ କ୍ୟାରିୟର ଆରମ୍ଭରେ ଉର୍ମିଳା ପ୍ରଥମେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଗୋଟିଏ ନିର୍ବାଚନରେ ଲଢି ସାରିଛନ୍ତି । ହେଲେ ସେତେବେଳେ ସେ ପରାଜୟ ବରଣ କରିଥିଲେ । ସୂଚନାଯୋଗ୍ୟ, ଉର୍ମିଳା ୨୭ ମାର୍ଚ୍ଚ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହାପରେ ୨୦୧୯ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ତାଙ୍କୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନରେ ସେ ହାରି ଯାଇଥିଲେ । ଏହାପରେ ଦଳରେ ଅର୍ନ୍ତଦ୍ୱନ୍ଦ୍ୱ ଦର୍ଶାଇ ସେ ୧୦ ସେପ୍ଟେମ୍ବର ୨୦୧୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଶିବସେନା ହାତ ଧରିବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲେ ବି ସଞ୍ଜୟ କହିଛନ୍ତି ମଙ୍ଗଳବାର ଉର୍ମିଳା ଶିବସେନାରେ ଯୋଗ ଦେଇ ପାରନ୍ତି ।

Share