Categories: Uncategorized

ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ

ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ମାତ୍ର ୩ ବର୍ଷ ବୟସରେ ଉର୍ମିଲା କରିଥିଲେ ଡେବ୍ୟୁ। ୧୯୭୭ରେ ରିଲିଜ ହୋଇଥିବା ଫିଲ୍ମ ‘କର୍ମ’ରେ ସେ ନଜର ଆସିଥିଲେ। ମାତ୍ର ୧୯୮୩ରେ ରିଲିଜ ହୋଇଥିବା ଫିଲ୍ମ ‘ମାସୁମ୍‌’ ତାଙ୍କୁ ଖ୍ୟାତି ମିଳିଥିଲା। ପରେ ନିଜର କ୍ୟାରିୟରରେ ଅନେକେ ହିଟ୍‌ ଫିଲ୍ମ ଦେଇ ବାହାବାଃ ସାଉଁଟିଥିଲେ। ସବୁକିଛି ଠିକ୍‌ ଚାଲିଥିଲା, ହେଲେ ଜଣେ ନିର୍ଦ୍ଦେଶକଙ୍କ ନିକଟତର ହେବା ପରେ ତାଙ୍କ କ୍ୟାରିୟରରେ ଗ୍ରହଣ ଲାଗିଯାଇଥିଲା।
ଉର୍ମିଲାଙ୍କୁ ରାମ ଗୋପାଳ ବର୍ମା ଭଲ ଚରିତ୍ର ଦେଉଥିଲେ। ଉଭୟ ଏକାଠି ରଙ୍ଗିଲା, ସତ୍ୟା, ଦୌଡ଼ ଏବଂ କୌନ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମଗୁଡ଼ିକ ହିଟ୍‌ ହେବା ଯୋଗୁ ଅଭିନେତ୍ରୀଙ୍କ ଲୋକପ୍ରିୟତା ବଢ଼ିଥିଲା। ଅନ୍ୟପଟେ ରାମ ଗୋପାଳଙ୍କ ନିକଟତର ହୋଇଥିଲେ ସେ। ଉଭୟଙ୍କ ରୋମାନ୍ସ ନେଇ ଖବର ସାମ୍ନାକୁ ଆସିଥିଲା। ଏହାପରଠାରୁ ତାଙ୍କୁ କମ୍‌ କାମ ମିଳିଥିଲା। ଏକ ସାକ୍ଷାତକାରରେ ସେ ଏହା କହିଥିଲେ। ଦେଖିବାକୁ ଗଲେ ଉର୍ମିଳା ୧୫ ବର୍ଷ ହେଲାଣି କୌଣସି ବଲିଉଡ୍‌ ଫିଲ୍ମ କରିନାହାନ୍ତି। ଶେଷଥର ଲାଗି

ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ଇଏମ୍‌ଆଇ)ରେ ନଜର ଆସିଥିଲେ, ଯାହାକି ଫ୍ଲପ ହୋଇଥିଲା।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ୨୦୧୬ରେ ନିଜଠାରୁ ୯ ବର୍ଷ ସାନ ମୋହସିନ ଅଖତରଙ୍କ ହାତ ଧରିଥିଲେ ସେ। ଏବେ ସେ ତାଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି।