ତୁର୍କୀ ଭୂକମ୍ପର ଭବିଷ୍ୟବାଣୀ କରିଥିବା ବିଶେଷଜ୍ଞ କହିଲେ ଏଥର ପାଳି ଭାରତ, ପାକିସ୍ତାନର

ଆମଷ୍ଟରଡାମ,୧୦ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି । ତେବେ ଏହ ଭୂକମ୍ପର ଭବିଷ୍ୟବାଣୀ କରିଥିବା ଡଚର ବିଶେଷଜ୍ଞ ଫ୍ରେକ ହୋଗରବିଟ୍‌ସ ଏବେ ଘୋଷଣା କରିଛନ୍ତି ଆଗାମୀ ପାଳି ଏସିଆ ଦେଶର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଫ୍ରେକ ହୋଗରବିଟସଙ୍କୁ ଏକ ବଡ ଭୂକମ୍ପର ଭବିଷ୍ୟବାଣୀ କରୁଥିବା ଦେଖାଯାଇଛି । ହୋଗରବିଟସ କହିଛନ୍ତି ଏସିଆ ଦେଶ ତୁର୍କୀ ଭଳି ଭୂକମ୍ପ ଅଥବା ପ୍ରାକୃତିକ ବିପଦର ସାମ୍ନା କରିବାକୁ ଯାଉଛି । ହୋଗରବିଟସଙ୍କ ଅନୁଯାୟୀ, ପରବର୍ତ୍ତି ଭୂକମ୍ପ ଆଫଗାନିସ୍ତାନରୁ ଆରମ୍ଭ ହେବ ଓ ଅନ୍ତତଃ ପାକିସ୍ତାନ ଓ ଭାରତକୁ ଅତିକ୍ରମ କରିବା ପରେ ହିନ୍ଦ ମହାସାଗରରେ ଶେଷ ହେବ ।

ମହମ୍ମଦ ଇବ୍ରାହିମ ନାମକ ଜଣେ ଟୁଇଟର ୟୁଜର ଏହି ତଥ୍ୟ ଶେୟାର କରି କହିଛନ୍ତି, ଡଚ ବିଶେଷଜ୍ଞ ଫ୍ରାଙ୍କ ହୁଗରବିଟସ, ଯେ କି ୩ ଦିନ ପୂର୍ବରୁ ତୁର୍କୀ ଓ ସିରିଆରେ ଭୂକମ୍ପର ଭବିଷ୍ୟବାଣୀ କରିଥିଲେ, ସେ ପୁଣିଥରେ ଏକ ବଡ ଭୂକମ୍ପ ପାଇଁ ଭୂକମ୍ପିୟ ଗତିବିଧିର ଭବିଷ୍ୟବାଣୀ କରିଛନ୍ତି । ଏଥର ଏହା ଆଫଗାନିସ୍ତାନରୁ ଆରମ୍ଭ ହେବ ଓ ହିନ୍ଦ ମହାସାଗରରେ ପହଞ୍ଚିବା ପୂର୍ବରୁ ଭାରତ ଓ ପାକିସ୍ତାନ ଦେଇ ଯିବ ।

Share