କଫି କପ୍‌ରେ ପରିସ୍ରା କଲେ ଏମ୍‌ପି, ଅନ୍‌ଲାଇନ୍‌ ମିଟିଂରେ ପଡ଼ିଲେ ଧରା

ଟରୋଣ୍ଟୋ,୩୦ା୫: କାନାଡାରେ ଏକ ହାଇଲେବଲ ମିଟିଂ ଚାଲୁଥିବା ସମୟରେ ଏମିତି ଘଟଣା ଘଟିଲା ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏକ ରିପୋର୍ଟ ଅନୁଯାୟୀ, ଏମ୍‌ପି ଅନ୍‌ଲାଇନ୍‌ ମିଟିଂରେ କ୍ୟାମେରା ସାମ୍ନାରେ କଫି କପ୍‌ରେ ପରିସ୍ରା କରୁଥିବା ନଜର ଆସିଛନ୍ତି। ଏହାକୁ ପ୍ରଥମେ କେହି ବୁଝି ପାରି ନ ଥିଲେ। ମାତ୍ର ଦ୍ୱିତୀୟ ମାସର ମିଟିଂରେ ତାଙ୍କର ଏପରି କରିତ୍‌କର୍ମାପଣ ସାମ୍ନାକୁ ଆସିଥିଲା। ଖାଲି ଏମ୍‌ପି ନୁହନ୍ତି, ଏହି ମିଟିଂରେ ଯୋଡ଼ି ହୋଇଥିବା ସମସ୍ତ ସଦସ୍ୟ ଲଜ୍ଜିତ ହୋଇଥିଲେ।

କରୋନା ସଂକ୍ରମଣ ଯୋଗୁ ହାଉସ୍‌ ଅଫ୍‌ କମନ୍ସର ଡିଜିଟାଲ ମିଟିଂ ଚାଲିଥିଲା। ଏହି ସମୟରେ କାନାଡାର ଏମ୍‌ପି ଓ୍ବିଲୟମ ଅମୋସ୍‌ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଥିଲେ। ପ୍ରଥମେ ଦେଖିବାକୁ ମିଳିଛି ସେ ଏହି ମିଟିଂରେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ। ପରେ ଯେତେବେଳେ ଦ୍ୱିତୀୟ ଥର ମିଟିଂ ହେଲା ଏଥିରେ ସେ ପୁଣି ଚର୍ଚ୍ଚାକୁ ଆସିଥିଲେ।

ଓ୍ବିଲିୟମ ଏହି ମିଟିଂରେ କ୍ୟାମେରା ଅନ୍‌ ଥିବା ସମୟରେ କଫି କପ୍‌ରେ ପରିସ୍ରା କରିଥିଲେ। ଯେତେବେଳେ ସେ ଅନ୍ୟ ସଦସ୍ୟମାନଙ୍କୁ ଲାଇଭ୍‌ରେ ଦେଖିଲେ ହଡ଼ବଡ଼େଇ ଗଲେ। ଏଥିପାଇଁ ସେ କ୍ଷମା ପ୍ରାର୍ଥନା ବି କରିଛନ୍ତି।

ସେ ଟୁଇଟ୍‌ କରି ଲେଖିଛନ୍ତି, ଗତରାତିରେ ଯାହା ଘଟିଥିଲା ତାହା ମୋ’ ଅଜାଣତରେ। ମୋତେ ଜଣା ନ ଥିଲା ମୋ କ୍ୟାମେରା ଅନ୍‌ ଅଛି ବୋଲି। ଏଥିପାଇଁ ମୋତେ ଆପଣମାନେ କ୍ଷମା କରିଦିଅନ୍ତୁ।

Share