ଆଗଉନି କାମ, ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା, ୧୦ା୧୨(ପ୍ରଭାତ ପାଣିଗ୍ରାହୀ)ବରୁଣେଇ ପାହାଡ଼ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ଲାଗି ରହିଥିବା ବିବାଦ ତୁଟିବା ପରେ ଗତ ଡିସେମ୍ବରରେ ଭୂମିପୂଜା ହୋଇଥିଲା। ଇତିମଧ୍ୟରେ ଶିଳାନ୍ୟାସକୁ ୪ ବର୍ଷ ବିତିଥିବା ବେଳେ ଭୂମିପୂଜାକୁ ବର୍ଷେ ବିତିଲାଣି। ଏଯାବତ୍‌ ପ୍ରସ୍ତାବିତ ଜାଗାରେ ଖଣ୍ଡେ ଇଟା ମଧ୍ୟ ପଡ଼ିନାହିଁ। ଏନେଇ ବିଭିନ୍ନ ପାଇକ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନ ହେଲେ ଆଗାମୀ ଦିନରେ ପାଇକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଶାସକ ଦଳ ଏବଂ ବିରୋଧୀ ଭାଜପାର ଶ୍ରେୟ ରାଜନୀତିରେ ସ୍ମାରକୀ ନିର୍ମାଣ କାର୍ଯ୍ୟ ବଳିପଡ଼ିଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶାସକ ଦଳ ବିଧାୟକ ମୁହଁ ଖୋଲିବାକୁ ନାରାଜ। ସେହିପରି ଭାଜପା ନେତା ସରକାରଙ୍କ ଅବହେଳା, ଆନ୍ତରିକତା ଅଭାବକୁ ଦାୟୀ କରିଛନ୍ତି।
କି, ୨୦୧୯ ଡିସେମ୍ବର ୮ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ। ରାଜ୍ୟ ସରକାର ଏଥିଲାଗି ୧୦ ଏକର ଜମି ଯୋଗାଇ ଦେଇଥିଲେ। ପ୍ରଥମେ ପ୍ରସ୍ତାବିତ ଜମି ଜବରଦଖଲମୁକ୍ତ ଏବଂ ପରେ ରାଜ୍ୟ ସରକାର ପ୍ରସ୍ତାବିତ ଜମିକୁ ଫ୍ରି ପ୍ରିମିୟମ୍‌ ଭାବେ ଯୋଗାଇଦେବା ଲାଗି ବିଭିନ୍ନ ସଙ୍ଗଠନ ଦାବି କରିଥିଲେ। ୨୦୨୨ ଜୁଲାଇରେ ରାଜ୍ୟ ସରକାର ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ଏକର ୯.୬୮୫ ଡିସିମିଲ ସରକାରୀ ଜମିକୁ ପାଇକ ବିଦ୍ରୋହ ସ୍ମୃତି ଉଦ୍ଦେଶ୍ୟରେ ବିନା ପ୍ରିମିୟମ୍‌, କ୍ୟାପିଟାଲ ଭ୍ୟାଲୁ ଏବଂ ଇନ୍ସିଡେଂଟ୍ରାଲ ଚାର୍ଜରେ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କୁ କ୍ୟାବିନେଟ୍‌ର ଅନୁମୋଦନକ୍ରମେ ୩୧,୯୬୬୨୯୩୪ ଟଙ୍କା ରାଜସ୍ବ ଦେୟ ଛାଡ଼ କରିଛନ୍ତି। ଏନେଇ ବିଭିନ୍ନ ପାଇକ ସଙ୍ଗଠନ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଲିଯାଇଥିଲା। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରହିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଖଣ୍ଡେ ଇଟା ବି ପଡ଼ିନାହିଁ। ସେପଟେ ପ୍ରସ୍ତାବିତ ଜମି ମୁକ୍ତ ଡମ୍ପିଂ ୟାର୍ଡ ପାଲଟିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ୨୦୨୨ ଡିସେମ୍ବର ୨୬ରେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଏଲ୍‌ ଇଣ୍ଡିଆ ଫାଉଣ୍ଡେଶନ ଅଧିକାରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ ହୋଇଥିଲା। ଏହା ବିଭିନ୍ନ ପାଇକ ଅନୁଷ୍ଠାନ ଏବଂ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା। ତେବେ ନିର୍ମାଣ କାର୍ଯ୍ୟ ଭୂମିପୂଜାରୁ ଅଟକିଛି। ଏହା ପରଠାରୁ କାର୍ଯ୍ୟ ତ୍ୱରାନ୍ବିତ ହୋଇନାହିଁ। ଅନ୍ୟପକ୍ଷେ ଏଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri