ଶିମିଳିପାଳରେ ବନାଗ୍ନି ରୋକିବା ଲାଗି ତତ୍ପରତା

ବାରିପଦା ଅଫିସ,୪।୧: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକ(ଆର୍‌ସିସିଏଫ୍‌) ଟି.ଅଶୋକ କୁମାର ଅଧ୍ୟକ୍ଷତା କରିଥିଲେ। ଜିଲାର ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ଅଧିକାରୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଏବଂ ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ଓ ୩ଜଣ ଅତିରିକ୍ତ ବନ ସଂରକ୍ଷକ ପ୍ରମୁଖ ଉପସ୍ଥିତ ରହି ନିଅଁାକୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରାକୃତିକ ଓ ମନୁଷ୍ୟକୃତ କାରଣରୁ ଜଙ୍ଗଲରେ ନିଅଁା ଲାଗିଥାଏ। ପୋଡୁ ଚାଷ, ଜାଳେଣି, ରାଗ ରଖି ବନ କର୍ମଚାରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ, ଜଙ୍ଗଲ ଜମି ଜବରଦଖଲ, ବେଆଇନ ଗଛକଟାକୁ ଲୁଚାଇବା ନିମନ୍ତେ ଲୋକେ ନିଆଁ ଲଗାଇ ଦେଇଥାନ୍ତି। ବନ ବିଭାଗ କର୍ମଚାରୀ, ସ୍ବେଚ୍ଛାସେବୀଙ୍କୁ ତାଲିମ ଦେଇ ସଜାଗ ରଖାଯିବା ସହ ଜଙ୍ଗଲ ଅଞ୍ଚଳର ଅଧିବାସୀ, ବନବାସୀ, ସାମାଜିକ ସଙ୍ଗଠନ ଏବଂ ପରିବେଶବିତମାନଙ୍କୁ ନେଇ ସମ୍ମିଳିତ ପ୍ରୟାସ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସତର୍କତା ମାଧ୍ୟମରେ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଶିମିଳିପାଳ ପାଦଦେଶରେ ଲୋକମାନଙ୍କୁ ସଚେତନତା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ଶେଷ ଓ ଫେବୃଆରୀ ମାସ ଆରମ୍ଭରେ ଅଭୟାରଣ୍ୟ ସମେତ ଗ୍ରାମ୍ୟ ଜଙ୍ଗଲ ଓ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ନିଅଁା ଲାଗିବା ଘଟଣା ଦେଖିବାକୁ ମିଳିଥାଏ ା ତେବେ ଚଳିତ ବର୍ଷରେ ନିଅଁାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକିବାକୁ ବନବିଭାଗ ପକ୍ଷରୁ ଜିଲା ପ୍ରଶାସନ, ସ୍ବୟଂ ସହାୟିକା ଗୋଷ୍ଠୀ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହାୟତାରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଫାୟାର ପଏଣ୍ଟଗୁଡ଼ିକ ନେଇ ଏକ ମ୍ୟାପ ପ୍ରସ୍ତୁତ କରାଯାଇଛି। ପ୍ରତି ରେଞ୍ଜ ଅନୁଯାୟୀ କର୍ମଚାରୀମାନଙ୍କୁ ଫାୟାର ପଏଣ୍ଟ ବାବଦରେ ଜଣାଇବା ସହ ଉକ୍ତ ସ୍ଥାନ ପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଫାୟାର ଲାଇନ, ମହୁଲ ଗଛ ମୂଳକୁ ପରିଷ୍କାର କରିବା, ଅଗ୍ନି ନିର୍ବାପକ ଯନ୍ତ୍ର, ନୂତନ କର୍ମଚାରୀ ନିଯୁକ୍ତି, ସ୍ବତନ୍ତ୍ର ଜୋତା ଓ ପୋଷାକ ପ୍ରଦାନ ସହିତ ପ୍ରତି ରେଞ୍ଜରେ ମକ୍‌ଡ୍ରିଲ କରାଯିବ ବୋଲି ଟି.ଅଶୋକ କୁମାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୦ରେ ଶିମିଳିପାଳ ଅଭୟାରଣ୍ୟରେ ୮୨୪ଟି ସ୍ଥାନରେ ନିଅଁା ଲାଗିଥିବା ବେଳେ ୨୦୨୧ରେ ତାହା ବୃଦ୍ଧି ପାଇ ୪ହଜାର ୪୩୯ ଓ ୨୦୨୨ରେ ୪୮୯ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରାଯାଇଥିଲା। ଅଭୟାରଣ୍ୟକୁ ନିଅଁା ବିପତ୍ତିିିିରୁ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ା