ଜାରକା ଡିଭିଜନରେ ତତ୍ପରତା, ଯାଜପୁରରେ ନାହିଁ

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ୨୦୧୯ ଜୁନ ସୁଦ୍ଧା ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ସଡ଼କ ସଂଯୋଗ ହୋଇପାରି ନ ଥିଲା। ସେତେବେଳେ ବିଧାୟକ ମୋହନ ମାଝିଙ୍କ ଏକ ବିଧାନସଭା ପ୍ରଶ୍ନର ବିଭାଗୀୟ ଉତ୍ତରରୁ ଏହା ସ୍ପଷ୍ଟ ହୋଇଥିଲା। ଗତ ବିଧାନସଭା ଅଧିବେଶନରେ ବିଧାୟକ ନାଉରି ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଯାଜପୁର, ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ଥିବା ଓ ବିଭାଗୀୟ ନିୟମାବଳୀ ଅନୁସାରେ ଯୋଗ୍ୟ ବିବେଚିତ ସମସ୍ତ ଗ୍ରାମକୁ ପିଚୁ ରାସ୍ତା କିମ୍ବା ଢଳେଇ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ବି. ତରାଇ ସ୍ପଷ୍ଟ କରିଛନ୍ତି। ଏହାବାଦ ସବୁଦିନିଆ ରାସ୍ତା ନ ଥିବା ୧୮ଟି ଗ୍ରାମ ମଧ୍ୟରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨ଟି, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪ଟି ଓ କୋରେଇ ନିର୍ବାଚନ ମଣ୍ଡଳୀର ୨ ଟି ରାସ୍ତା ବର୍ତ୍ତମାନ ବିଭିନ୍ନ ଯୋଜନାରେ ସଂଯୋଗୀକରଣ କରାଯାଇଛି ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଯାଜପୁର ଡିଭିଜନ-୧ ଅଧୀନରେ ଏବେବି ଏକାଧିକ ଗ୍ରାମକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ହୋଇ ପାରି ନ ଥିବା ସୂଚନା ମିଳିଛି।
ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏବେବି ଏକାଧିକ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇପାରିନାହିଁ। ଏବେବି ପାହାଡ ଉପରେ ଥିବା ଗୁହିଆଶାଳ, ତୁମୁଣି ଭଳି ଗ୍ରାମ ଅପହଞ୍ଚ ହୋଇ ରହିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁ ମୃତ୍ୟୁ ଘଟଣା ପରେ ନଗଡ଼ାକୁ ପାହାଡ଼ ଗର୍ଭରେ ରାସ୍ତା ନିର୍ମାଣ ହୋଇଥିଲା। ସେତେବେଳେ ଗୁହିଆଶାଳ, ତୁମୁଣି ଭଳି ଅପହଞ୍ଚ ଗ୍ରାମଗୁଡିକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିଲେ ଏବେ ନଗଡା ଭଳି ରାସ୍ତା ସଂଯୋଗ ହୋଇ ପାରିଥାନ୍ତା ବୋଲି ମତପ୍ରକାଶ ପାଉଛି। କିନ୍ତୁ ସେତେବେଳେ ପ୍ରଶାସନ ପକ୍ଷରୁ କେବଳ ନଗଡ଼ାକୁ ଅଧିକ ଗୁରୁତ୍ୱ ଦେଇ ବାକି ଅସଂଯୋଗୀ ଗ୍ରାମଗୁଡ଼ିକୁ ଅଣଦେଖା କରାଯାଇଥିଲା। ଏବେ ଜଙ୍ଗଲ ଜମି ବାହାନା ଦେଖାଇ ଉକ୍ତ ଗ୍ରାମଗୁଡିକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ସେତେବେଳେ ବିଧାନସଭାରେ ପ୍ରଶ୍ନ ଏବଂ ଧରିତ୍ରୀରେ ଏନେଇ ନିୟମିତ ଭାବେ ଖବର ପ୍ରକାଶ ପାଇବା ପରେ ଜାରକା ଡିଭିଜନ-୨ ଅନ୍ତର୍ଗତ ସବୁଦିନିଆ ରାସ୍ତା ନ ଥିବା ବଡଚଣା ନିର୍ବାଚନ ମଣ୍ଡଳୀର ଗୋକୁଳପୁର ଓ ଉବୁକା, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବହଗଡ଼ା, ବାଲିବିରି, ଚଇନହୁଡ଼ା, ଗୋବିନ୍ଦପୁର, ଜାମୁଝରି, କାଇଁଚମାଲିଆ, ମହୁଲଟିକିରା, ମଝିପାଟଣା, ରଘୁନାଥପୁର ଶାସନ, ରଘୁନାଥପୁର, ରଖିପାଟଣା, ସାନ୍ତାସାହି, ସୋଲେଇ ଓ ଠାକୁର ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମ୍‌ଜିଏସ୍‌ୱାଇ) ଏବଂ ପୂର୍ତ୍ତ ବିଭାଗ ରାସ୍ତାରେ ସଂଯୋଗ କରାଯାଇଛି। ଯେଉଁ ଗ୍ରାମକୁ ରାସ୍ତା ନାହିଁ ସେହି ଗ୍ରାମଗୁଡିକୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥିବାବେଳେ ଯାଜପୁର ଡିଭିଜନ-୧ କର୍ତ୍ତୃପକ୍ଷ କାହିଁକି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଡିଭିଜନ ଅଧୀନରେ ପିଏମଜିଏସ୍‌ୱାଇ ଅଧୀନରେ ଏକାଧିକ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ବ୍ୟଥା ବଢୁଛି। ଏହି ଡିଭିଜନ ଅଧୀନରେ ଇଚ୍ଛାପୁରଠାରୁ ମଞ୍ଜୁରୀ ପିଏମ୍‌ଜିଏସ୍‌ୱାଇ ରାସ୍ତା ୭ା୯ା୨୦୨୨ରେ ଆରମ୍ଭ ହୋଇଥିଲା। ଏହା ୬ା୮ା୨୦୨୩ ସୁଦ୍ଧା ଶେଷ ହେବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲେ ହେଁ ମାତ୍ର ୩୯.୦୭% କାମ ହୋଇଛି। ତେଣୁ ସମ୍ପୃକ୍ତ ଠିକାଦାର ବୀରେନ୍ଦ୍ର କୁମାର ନାୟକଙ୍କୁ ୭ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପାଣିକୋଇଲି ପୂର୍ବକୋଟ ପୂର୍ତ୍ତ ରାସ୍ତା ଠାରୁ ୨୧୫ ଏନ୍‌ଏଚ୍‌ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ୨୬ା୮ା୨୦୨୨ରେ ଆରମ୍ଭ ହୋଇ ୨୫ା୫ା୨୦୨୩ରେ ଶେଷ ହେବା କଥା। କିନ୍ତୁ ଠିକାଦାର ଧବଳେଶ୍ୱର ପଟ୍ଟନାୟକ ଏଯାଏ ମାତ୍ର ୩୯.୪୪% କାମ କରିଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଅନ୍ୟପକ୍ଷେ କୋରେଇଠାରୁ ୨୧୫ ଏନ୍‌ଏଚ୍‌ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତା ୯ା୧୨ା୨୦୨୨ରେ ଆରମ୍ଭ ହୋଇ ୮ା୯ା୨୦୨୩ରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଏଯାଏ ମାତ୍ର ୨୫.୬୧% କାମ କରିଥିବାରୁ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri