ସନି ଲିଓନିଙ୍କୁ ଉର୍ଫିଙ୍କ ତେର୍ଚ୍ଛା ବାଣ

ମୁମ୍ବାଇ: ଆଜିକାଲି ଉର୍ଫି ଜାଭେଦ ରିୟାଲିଟି ଶୋ’ ‘ସ୍ପ୍ଲିଟ୍‌ସଭିଲା୧୪’ ରେ ନିଜର କମାଲ ଦେଖାଉଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କୁ ଉର୍ଫି କଡ଼ା ଟକ୍କର ଦେଉଛନ୍ତି। ଏହି ଶୋ’ରେ ଉର୍ଫି ଅଧିକ ବୋଲ୍ଡ ଦେଖାଯାଉଛନ୍ତି। ଶୋ’ର ହୋଷ୍ଟ ସନ୍ନି ଲିଓନି ତାଙ୍କ ଡ୍ରେସ୍‌ ଉପରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ତାଙ୍କ ଡ୍ରେସ୍‌ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

ସନିଙ୍କ କଥାରେ ଉର୍ଫି କହିଛନ୍ତି, ମୁଁ ଅନ୍ୟମାନଙ୍କଠାରୁ ମୋର ଭିନ୍ନ ଡ୍ରେସିଂଇନ୍ସ ପାଇଁ ଜଣାଶୁଣା। ମୋର ନିଜର ସ୍ବତନ୍ତ୍ର ଡ୍ରେସିଂ ଷ୍ଟାଇଲ୍‌ ରହିଛି। ତୁମେ ମୋ’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। କିନ୍ତୁ ମୋ ଡ୍ରେସ୍‌ ସହିତ ନୁହେଁ। କାରଣ ଅନ୍ୟମାନେ ଯାହା ଭାବନ୍ତି,ତାହାଠାରୁ ସବୁବେଳେ ଆଗରେ ଥାଏ।

Share