ଘୃଣାକୁ ଡରୁଛନ୍ତି ଉର୍ଫି: କହିଲେ ‘ସିଧା ବିବାହ ଦିନ ଜାଣିବ ସେ କିଏ’

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ହେଲେ କିଏ ସେ ବୋଲି ପଚାରିଲେ ରହୁଛନ୍ତି ଚୁପ୍‌। ଆଉ ପୁଣି ସିଧା ସିଧା କହିଲେଣି ଅପେକ୍ଷା କର। ବିବାହ ଦିନ ଜାଣିବ। ତା’ ପୂର୍ବରୁ କିନ୍ତୁ ନୁହେଁ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଷୋଳଅଣା ସତ। କାହିଁକିନା ନିଜେ ଉର୍ଫି ଏନେଇ ଜଣାଇଛନ୍ତି।

ଗଣମାଧ୍ୟମକୁ ଉର୍ଫି କହିଛନ୍ତି, ମୋତେ ଏଯାଏ କେଉଁ ଯୁବକ ସହ କେହି ଦେଖି ନ ଥିବେ। ଦେଖିବେ ବି ନାହିଁ ମୋ ବିବାହ ପର୍ଯ୍ୟନ୍ତ। କାରଣ ସେ ଲୋକଙ୍କ ବହୁତ କଟୁ ଟିପ୍ପଣୀ ଶୁଣିଥାନ୍ତି। ଟ୍ରୋଲ ହୋଇଥାନ୍ତି। ଏମିତିରେ ସେ ଯଦି ତାଙ୍କ ପାର୍ଟନରଙ୍କ ନାଁ କହି ଦିଅନ୍ତି ତେବେ ସେ ଅସୁବିଧାରେ ପଡ଼ିବେ। ତାଙ୍କୁ ମଧ୍ୟ କଟୁ କଥା କୁହାଯାଇପାରେ। ସେ ଯାହା କରୁଛନ୍ତି ତାର ପ୍ରଭାବ ସାଥୀଙ୍କ ଉପରେ ପଡ଼ିବ। କେବଳ ଏହି ଭୟରେ ସେ ଚୁପ୍‌ ରହିବାକୁ ବାଧ୍ୟ ବୋଲି କହିଛନ୍ତି। ଉର୍ଫିଙ୍କ ଏଭଳି କଥାକୁ ନେଇ ସେ ପ୍ରେମରେ ପଡ଼ିଥିବା କୁହାଯାଉଛି।

Share