ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି

ବମ୍ବେ:ଅସୁସ୍ଥ ହୋଇପଡ଼ିଛନ୍ତି ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ଏଥିଲାଗି ତାଙ୍କୁ କୋକିଲା ବେନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀଙ୍କୁ ୧୦୩ ଜ୍ୱର। ଏପରିକି ସେ ଦୁର୍ବଳ ଅନୁଭବ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର କିଛି ପରୀକ୍ଷା କରାଯିବ। ଏହାପରେ ତାଙ୍କୁ କ’ଣ ହୋଇଛି ତାହା ଡାକ୍ତର କହିପାରିବେ ବୋଲି ଜଣାପଡ଼ିଛି।

କହିରଖୁଛୁ, ଉର୍ଫି ସର୍ବଦା ନିଜର ବୋଲ୍ଡ ଫଟୋ ଏବଂ ପୋଷାକକୁ ନେଇ ପ୍ରଶଂସକଙ୍କ ଗହଣରେ ଲୋକପ୍ରିୟ। ନିକଟରେ ସେ ଗୁଗଲ୍‌ରେ ସର୍ବାଧିକ ସର୍ଚ୍ଚ କରିଥିବା ସେଲିବ୍ରିଟି ତାଲିକାରେ ୫୭ନଂରେ ଥିଲେ। ସେ କିଆରା ଆଡଭାଣୀ ଏବଂ କଙ୍ଗନା ରାଣାଓ୍ବତଙ୍କ ଭଳି ଅଭିନେତ୍ରୀଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ।

Share