ଅଖାରେ ନିର୍ମିତ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ଉର୍ଫି

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ ନିଜର ବୋଲ୍ଡ ନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। କେତେବେଳେ ସେପ୍ଟିପିନ୍‌ ତ କେବେବେଳେ ଚେନ୍‌ରେ ନିର୍ମିତ ପୋଷାକ ପିନ୍ଧି ବିନା ଦ୍ୱିଧାରେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଇଥାନ୍ତି ସେ। ଏବେ ସେଭଳି ଆଉ ଏକ ଅଜବ ଫ୍ୟାଶନକୁ ନେଇ ସେ ଚର୍ଚ୍ଚାରେ। କାରଣ ଏଥର ଉର୍ଫି ଅଖାରେ ପ୍ରସ୍ତୁତ ପୋଷାକ ପିନ୍ଧିଥିବା ନଜର ଆସୁଛି।

ଉର୍ଫି ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ ପ୍ରଥମେ ଏକ ଝୋଟ ଅଖା ଦେଖାଉଛନ୍ତି। ପରେ ଏହାକୁ ସେ କ୍ରପ୍‌ ଟପ୍‌ ଏବଂ ସ୍କଟ କରି ପିନ୍ଧିଥିବା ନଜର ଆସୁଛି। ମାତ୍ର ୧୦ ମିନିଟ୍‌ରେ ସେ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି। ପ୍ରଶଂସକମାନେ ଉର୍ଫିଙ୍କ ଏଭଳି ପୋଷାକ ଦେଖି ହତବାକ୍‌ ହୋଇଛନ୍ତି। କିଛି କିଛି ତାଙ୍କ ଘର ପୋଛାରେ ସେ ଅଖାକୁ ବ୍ୟବହାର କରୁଥିବା କହିଛନ୍ତି।

Share