ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ ସମସ୍ୟା ଉପୁଜିଛି। ବର୍ତ୍ତମାନ ଚାଷୀଙ୍କୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ତାହା ସେମାନଙ୍କୁ ଠିକ୍‌ଭାବେ ମିଳି ପାରୁ ନାହିଁ। ଫଳରେ ଚାଷୀମାନେ ସେହି ସାର କିଣିବାରେ କଳାବଜାରର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଚାଷକାର୍ଯ୍ୟ ଆରମ୍ଭରୁ ଏଭଳି ସାର ଅଭାବ ଏବଂ ସାର କଳାବଜାରକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଜିଲାରେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଚାଷୀମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇ ଥିବାବେଳେ କେତେକ ସ୍ଥାନରେ ଧାନପହ୍ଲା ରୁଆ ମଧ୍ୟ ସରିଯାଇଛି। ଏଭଳି ସ୍ଥଳେ ଚାଷୀଙ୍କୁ ଡିଏପି ଏବଂ ୟୁରିଆ ସାର ଯଥେଷ୍ଟ ଆବଶ୍ୟକ ଥିବାବେଳେ ତାହା ସେମାନଙ୍କୁ ପର୍ଯ୍ୟାପ୍ତ ମିଳି ପାରୁ ନଥିବା ଅଭିଯୋଗ ହେଉଛି।
ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ଖରିଫ୍‌ରେ ଜିଲାରେ ୩ଲକ୍ଷ ୪୨ହଜାର ୨୩୦ହେକ୍ଟର ଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି କ୍ରମରେ ୟୁରିଆ ୩୩ହଜାର ୮୦୦, ଡିଏପି ୧୭ହଜାର, ଏମ୍‌ଓପି ୪ହଜାର, ଏଏସ୍‌ପି ୫୦୦, କମ୍ପ୍ଲେକ୍ସ(୨୦-୨୦-୦-୧୩) ୧୧ହଜାର, କମ୍ପ୍ଲେକ୍ସ(୨୮-୨୮-୦), ୮୯୫୦, କମ୍ପ୍ଲେକ୍ସ(୧୦-୨୬-୨୬) ୫, କମ୍ପ୍ଲେକ୍ସେସ୍‌(୧୬-୧୬-୧୬) ୧୩୨୫, କମ୍ପ୍ଲେକ୍ସେସ(୧୪-୩୫-୧୪) ୨୦ମେଟ୍ରିକ ଟନ୍‌ ଫସଲରେ ପ୍ରୟୋଗ ଲକ୍ଷ୍ୟ ରହିଛି। ମାତ୍ର ଆବଶ୍ୟକତାଠାରୁ ଯଥେଷ୍ଟ ୟୁରିଆ ଏବଂ ଡିଏପି ସାର ବରଗଡ଼ ଜିଲାକୁ ଆସିଛି ଏବଂ କେତେକ ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦର ଅର୍ଥାତ୍‌ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ୨ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ନାନୋ ୟୁରିଆ ବୋତଲ ନେବାକୁ ବାଧ୍ୟ କରାଯାଉଛି। ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ଥଳେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଗଲେ ସେଠାରେ ସାର ନଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ଚାଷକାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ଡିଏପି ଏବଂ ୟୁରିଆ ସାର ପ୍ରୟୋଗର ଯଥେଷ୍ଟ ଆବଶ୍ୟକ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଏହି ସାର ପାକ୍ସ ଗୁଡ଼ିକରେ ପର୍ଯ୍ୟାପ୍ତଭାବେ ଉପଲବ୍ଧ ହେଉ ନାହିଁ। ଅପରପକ୍ଷେ କେତେକ ରିଟେଲର ଏହାର କଳାବଜାର କରୁଥିବାବେଳେ ସେଥିପ୍ରତି କୃଷିବିଭାଗ ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ଅଟେ। ସେଭଳି ରିଟେଲରମାନଙ୍କୁ କଳା ତାଳିକାଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନେକାଣ୍ଟି ଦାବି କରିଛନ୍ତି। ସେହିପରି ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, ଏବେ ଚାଷୀମାନେ ୟୁରିଆ ଓ ଡିଏପି ସାର ବ୍ୟବହାର କରନ୍ତି। କିନ୍ତୁ ତାହା କଳାବଜାରରେ ବିକ୍ରି ହେଉଛି। ଚାଷୀ ଧାନବିକ୍ରି ସମୟରେ ସରକାରଙ୍କ ନିର୍ଦ୍ଧାରୀତ ସର୍ବନିମ୍ନ ସହାୟକ ମୂଲ୍ୟ ପାଉ ନାହିଁ। ଅନ୍ୟପଟେ ଚାଷ ପାଇଁ ସାର କିଣିବାବେଳେ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପଡୁଛି। ଏହାସତ୍ତ୍ୱେ ସରକାର ଏବଂ ସ୍ଥାନୀୟ ଜନ ପ୍ରତିନିଧି ଆଖିବୁଜି ଦେବା ବିଡ଼ମ୍ବନାର ବିଷୟ। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାଷୀମାନେ ଯେଭଳି ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଆବଶ୍ୟକମତେ ସାର ପାଇବେ, ସେଥିପ୍ରତି ତ୍ୱରିତ୍‌ ପଦକ୍ଷେପ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି। ତେବେ ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ସାର କଳାବଜାର ନେଇ ତାଙ୍କ ପାଖକୁ ଅଭିଯୋଗ ପହଞ୍ଚି ନାହିଁ। ସେଭଳି ଅଭିଯୋଗ ପାଇଁ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଦେଉ ନ ଥିଲେ ଭରଣପୋଷଣ: କୋର୍ଟ ୱାରେଣ୍ଟ ବଳରେ ସ୍ୱାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା। କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଶେଷରେ ପୋଲିସ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri