ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ ସମସ୍ୟା ଉପୁଜିଛି। ବର୍ତ୍ତମାନ ଚାଷୀଙ୍କୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ତାହା ସେମାନଙ୍କୁ ଠିକ୍‌ଭାବେ ମିଳି ପାରୁ ନାହିଁ। ଫଳରେ ଚାଷୀମାନେ ସେହି ସାର କିଣିବାରେ କଳାବଜାରର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଚାଷକାର୍ଯ୍ୟ ଆରମ୍ଭରୁ ଏଭଳି ସାର ଅଭାବ ଏବଂ ସାର କଳାବଜାରକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଜିଲାରେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଚାଷୀମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇ ଥିବାବେଳେ କେତେକ ସ୍ଥାନରେ ଧାନପହ୍ଲା ରୁଆ ମଧ୍ୟ ସରିଯାଇଛି। ଏଭଳି ସ୍ଥଳେ ଚାଷୀଙ୍କୁ ଡିଏପି ଏବଂ ୟୁରିଆ ସାର ଯଥେଷ୍ଟ ଆବଶ୍ୟକ ଥିବାବେଳେ ତାହା ସେମାନଙ୍କୁ ପର୍ଯ୍ୟାପ୍ତ ମିଳି ପାରୁ ନଥିବା ଅଭିଯୋଗ ହେଉଛି।
ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍‌, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ଖରିଫ୍‌ରେ ଜିଲାରେ ୩ଲକ୍ଷ ୪୨ହଜାର ୨୩୦ହେକ୍ଟର ଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି କ୍ରମରେ ୟୁରିଆ ୩୩ହଜାର ୮୦୦, ଡିଏପି ୧୭ହଜାର, ଏମ୍‌ଓପି ୪ହଜାର, ଏଏସ୍‌ପି ୫୦୦, କମ୍ପ୍ଲେକ୍ସ(୨୦-୨୦-୦-୧୩) ୧୧ହଜାର, କମ୍ପ୍ଲେକ୍ସ(୨୮-୨୮-୦), ୮୯୫୦, କମ୍ପ୍ଲେକ୍ସ(୧୦-୨୬-୨୬) ୫, କମ୍ପ୍ଲେକ୍ସେସ୍‌(୧୬-୧୬-୧୬) ୧୩୨୫, କମ୍ପ୍ଲେକ୍ସେସ(୧୪-୩୫-୧୪) ୨୦ମେଟ୍ରିକ ଟନ୍‌ ଫସଲରେ ପ୍ରୟୋଗ ଲକ୍ଷ୍ୟ ରହିଛି। ମାତ୍ର ଆବଶ୍ୟକତାଠାରୁ ଯଥେଷ୍ଟ ୟୁରିଆ ଏବଂ ଡିଏପି ସାର ବରଗଡ଼ ଜିଲାକୁ ଆସିଛି ଏବଂ କେତେକ ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ସାର ପକେଟ୍‌(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦର ଅର୍ଥାତ୍‌ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଜଣେ ଚାଷୀ ୨ପକେଟ୍‌ ୟୁରିଆ ସାର କିଣିଲେ, ତାଙ୍କୁ ନାନୋ ୟୁରିଆ ବୋତଲ ନେବାକୁ ବାଧ୍ୟ କରାଯାଉଛି। ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍‌(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ଚଢ଼ାଦରରେ ଅର୍ଥାତ୍‌ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ଥଳେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଗଲେ ସେଠାରେ ସାର ନଥିବା ନେଇ ବିଭାଗୀୟ କର୍ମଚାରୀମାନେ କହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବରଗଡ଼ ବ୍ଲକ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ଚାଷକାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ଡିଏପି ଏବଂ ୟୁରିଆ ସାର ପ୍ରୟୋଗର ଯଥେଷ୍ଟ ଆବଶ୍ୟକ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଏହି ସାର ପାକ୍ସ ଗୁଡ଼ିକରେ ପର୍ଯ୍ୟାପ୍ତଭାବେ ଉପଲବ୍ଧ ହେଉ ନାହିଁ। ଅପରପକ୍ଷେ କେତେକ ରିଟେଲର ଏହାର କଳାବଜାର କରୁଥିବାବେଳେ ସେଥିପ୍ରତି କୃଷିବିଭାଗ ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ଅଟେ। ସେଭଳି ରିଟେଲରମାନଙ୍କୁ କଳା ତାଳିକାଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନେକାଣ୍ଟି ଦାବି କରିଛନ୍ତି। ସେହିପରି ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, ଏବେ ଚାଷୀମାନେ ୟୁରିଆ ଓ ଡିଏପି ସାର ବ୍ୟବହାର କରନ୍ତି। କିନ୍ତୁ ତାହା କଳାବଜାରରେ ବିକ୍ରି ହେଉଛି। ଚାଷୀ ଧାନବିକ୍ରି ସମୟରେ ସରକାରଙ୍କ ନିର୍ଦ୍ଧାରୀତ ସର୍ବନିମ୍ନ ସହାୟକ ମୂଲ୍ୟ ପାଉ ନାହିଁ। ଅନ୍ୟପଟେ ଚାଷ ପାଇଁ ସାର କିଣିବାବେଳେ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ପଡୁଛି। ଏହାସତ୍ତ୍ୱେ ସରକାର ଏବଂ ସ୍ଥାନୀୟ ଜନ ପ୍ରତିନିଧି ଆଖିବୁଜି ଦେବା ବିଡ଼ମ୍ବନାର ବିଷୟ। ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାଷୀମାନେ ଯେଭଳି ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଆବଶ୍ୟକମତେ ସାର ପାଇବେ, ସେଥିପ୍ରତି ତ୍ୱରିତ୍‌ ପଦକ୍ଷେପ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି। ତେବେ ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ସାର କଳାବଜାର ନେଇ ତାଙ୍କ ପାଖକୁ ଅଭିଯୋଗ ପହଞ୍ଚି ନାହିଁ। ସେଭଳି ଅଭିଯୋଗ ପାଇଁ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri