ହଟ୍‌ ଫଟୋ ଶେୟାର କରି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଅଭିନେତ୍ରୀ ଉର୍ବଶୀ ରୌତେଲା ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ଉର୍ବଶୀ ବିମାନରେ ବସି ଏକ ହଟ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ତାଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ। କଳା ଏବଂ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ପୋଜ୍‌ ଦେଇଛନ୍ତି ଉର୍ବଶୀ। ଏହି ପୋଷ୍ଟ ଉପରେ ହିଁ ଉର୍ବଶୀଙ୍କୁ ଟ୍ରୋଲ କରିଛନ୍ତି ୟୁଜର୍ସ। ଜଣେ ୟୁଜର କହିଛନ୍ତି, ଭାଇ ହସ୍ପିଟାଲରେ। ଆଉ ଇଏ ଏଠି ମଜା କରୁଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ଇଏ କେମିତିକା ପ୍ରେମ ରିଷଭଙ୍କ ପାଇଁ। ଲାଜ ଟିକେ କର। ଲେହେଙ୍ଗା ସହିତ ସେ ଏକ ଡିପ୍‌ ନେକ୍‌ ଡ୍ରେସ୍‌ ପିନ୍ଧିଛନ୍ତି। ଏଥିରେ ସେ ଖୁବ୍‌ ଆକର୍ଷଣୀୟ ଦିଶୁଛନ୍ତି। କିନ୍ତୁ କିଛି ଲୋକ ତାଙ୍କର ଏହି ଡ୍ରେସ୍‌ଅପ୍‌କୁ ନାପସନ୍ଦ କରିଛନ୍ତି।

Share