କାର୍ଯ୍ୟକ୍ଷମ ହୋଇପାରିନି ଅର୍ବାନ ହାଟ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଏପ୍ରିଲ ପୂରି ସେପ୍ଟେମ୍ବର ସରିବାକୁ ବସିଲାଣି। ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଛତ୍ରବଜାର ଅର୍ବାନ ହାଟ। ଏପରିକି ଚଳିତ ମାସ ୧୬ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଲୋକାର୍ପଣ ହେବାର ୫ ଦିନ ପରେ ବି ଅର୍ବାନ ହାଟ କାର୍ଯ୍ୟକ୍ଷମ ହେଲା ନାହିଁ। ଅପରପକ୍ଷରେ ସ୍ଥାୟୀ ଏବଂ କଂକ୍ରିଟ ପିଣ୍ଡିିରେ ବସି ବେପାର କରିବା ଲକ୍ଷ୍ୟରେ ଥିବା ପରିବା ବ୍ୟବସାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଧାରରେ। କାରଣ ଏକ ହଜାରରୁ ଅଧିକ ବ୍ୟବସାୟୀ ଥିବାବେଳେ ନିିର୍ମାଣ ହୋଇଥିବା ୫୫୦ ପିଣ୍ଡି କାହାକୁ ମିଳିବ ତା ସ୍ଥିର ହୋଇପାରିନାହିଁ। ସେଥିପାଇଁ ପିଣ୍ଡିଟିଏ ପାଇବା ପାଇଁ କେତେ ଦେୟ ଦେବାକୁ ହେବ, ହାଟ ଭିତରକୁ କେବେ ବ୍ୟବସାୟୀ ଯିବେ, ତାର ଠିକ୍‌ ସୂଚନା କାହା ପାଖରେ ନାହିଁ। ତେବେ ଏହାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ଛତ୍ରବଜାର ପରିବା ମାର୍କେଟ ଏବେ ସ୍ମାର୍ଟ ଅର୍ବାନ ହାଟର ରୂପ ଦେବା ପାଇଁ ସିଏମ୍‌ସି ପକ୍ଷରୁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ନିର୍ମାଣ କରାଯାଇଛି। ହାଟରେ ୫୫୦ ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ତାଳଦଣ୍ଡା କେନାଲର ମୁଖ୍ୟ ରାସ୍ତା ପାର୍ଶ୍ୱରେ ନିର୍ମିତ ଏହି ସ୍ମାର୍ଟ ହାଟକୁ ପ୍ରବେଶ ପ୍ରସ୍ଥାନ ପାଇଁ ତିନୋଟି ମୁଖ୍ୟ ବାଟ ରହିଥିବା ବେଳେ ହାଟ ଆଗରେ ଦୁଇଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ହେଲେ ଚାରିଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିବାରୁ ଆଗକୁ ଏହାକୁ ନେଇ ହୁଏତ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପୁରୁଣା କ୍ବାର୍ଟର୍ସର ପ୍ରାୟ ତିନି ଏକରରୁ ଅଧିକ ଜାଗାକୁ ୭ଫୁଟ ପୋତାଯାଇ ଏହି ସ୍ମାର୍ଟ ହାଟ ନିର୍ମାଣ କରାଯାଇଛି। ସ୍ମାର୍ଟ ହାଟ ଭିତରେ ୩୫ଟି ବ୍ଲକ କରାଯାଇ ପିଣ୍ଡି ହୋଇଛି। ଏହି ପିଣ୍ଡିଗୁଡ଼ିକରେ ପ୍ରାୟ ୫ଶହ ପରିବା ବ୍ୟବସାୟୀ ବ୍ୟବସାୟର ସୁଯୋଗ ପାଇବେ। ହେଲେ ପିଣ୍ଡି ସଂଖ୍ୟାଠାରୁ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ସଂଖ୍ୟା ଦୁଇଗୁଣ ରହିଛି। କାହାକୁ ପିଣ୍ଡି ମିଳିବ, କିଏ ବ୍ୟବସାୟ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ଗତ ଏପ୍ରିଲରେ ହାଟ କାର୍ଯ୍ୟକ୍ଷମ ହେବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଥିବା ବେଳେ ଲୋକାର୍ପଣ ପରେ ମଧ୍ୟ ଏହା ଚାଲୁ ହୋଇପାରିଲା ନାହିଁ। ଏହାକୁ ନେଇ ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଛତ୍ରବଜାର ରାସ୍ତାକଡ଼ରେ ବସୁଥିବା ଅନେକ ଚାଷୀ ଏବଂ ବ୍ୟବସାୟୀଙ୍କୁ ଥଇଥାନ କରିବା ଲାଗି ଅର୍ବାନ ହାଟର ପରିକଳ୍ପନା କରାଯାଇଥିଲା। ଯେଉଁଥିଲାଗି ୨୦୧୯ ମସିହାଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଗତ ୩ବର୍ଷ ଭିତରେ ଏ ନିଷ୍ପତ୍ତି ହୋଇପାରିନାହିଁ, ଯେ ଅର୍ବାନ ହାଟର ପ୍ରକୃତ ହିତାଧିକାରୀ କିଏ ହେବ। ତେଣୁ ଏହାର କାର୍ଯ୍ୟକାରିତା ଓ ସଫଳତା ନେଇ ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri