ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ ଘଟଣା ସହ ଯୋଡ଼ି ଦେଖାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ୧୦ ସେପ୍ଟେମ୍ବର ୨୦୨୬ରୁ ୟୁରେନସ୍ ବୃଷ ରାଶିରେ ବକ୍ରୀ ହେବେ। ୟୁରେନସ୍କୁ ଏହି ବକ୍ରୀ ଚଳନ ୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ରହିବ। ଏହାପରେ ଗ୍ରହ ପୁଣି ମାର୍ଗୀ ହେବେ। ୟୁରେନସ ୧୯ ମାର୍ଚ୍ଚ ୨୦୨୫ରୁ ବୃଷ ରାଶିରେ ଗୋଚର କରୁଛନ୍ତି ଏବଂ ୬ ଜୁଲାଇ ୨୦୩୧ ପର୍ଯ୍ୟନ୍ତ ଏହି ରାଶିରେ ରହିବେ ବୋଲି ଜ୍ୟୋତିଷ ଗଣନାରେ କୁହାଯାଇଛି। ଏହି ବକ୍ରୀ ଅବସ୍ଥା କିଛି ରାଶିଙ୍କ ପାଇଁ ନୂଆ ସୁଯୋଗ ଓ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ଜାଣନ୍ତୁ କେଉଁ ୪ ରାଶିଙ୍କ ପାଇଁ ଏହି ସମୟ ଲାଭଦାୟକ ହୋଇପାରେ।
ବୃଷ ରାଶିରେ ହିଁ ୟୁରେନସ୍ ନିଜ ଚଳନ ପରିବର୍ତ୍ତନ କରିବାକୁ ଥିବାରୁ ଏହି ରାଶିର ଲୋକଙ୍କ ପାଇଁ ସମୟଟି ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଆତ୍ମବିଶ୍ୱାସ ବଢ଼ିବା ସହ ନିଷ୍ପତ୍ତି ନେବାରେ ଅଧିକ ସ୍ପଷ୍ଟତା ଆସିପାରେ।ନୂଆ ଚିନ୍ତାଧାରା ଏବଂ ଭିନ୍ନ ଢଙ୍ଗରେ କାମ କରିବାର କ୍ଷମତା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗକୁ ନେଇପାରେ। ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ବା ଭଲ ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ନୂଆ ପରୀକ୍ଷଣ କରି ଲାଭ ପାଇପାରନ୍ତି।ଏହି ସମୟରେ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢ଼ିପାରେ। ଆପଣଙ୍କ କାମର ପ୍ରଶଂସା ହେବା ସହ ଲୋକଙ୍କ ମଧ୍ୟରେ ନୂଆ ପରିଚୟ ସୃଷ୍ଟି ହୋଇପାରେ। ସୃଜନଶୀଳ ଏବଂ ଇନୋଭେସନ ସହ ଜଡ଼ିତ ଲୋକଙ୍କ ପାଇଁ ସମୟଟି ବିଶେଷ ଲାଭଦାୟକ ହୋଇପାରେ।
କର୍କଟ ରାଶି ପାଇଁ ୟୁରେନସ୍ର ବକ୍ରୀ ଚଳନ ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ଆଣିପାରେ। ଆୟର ନୂଆ ଉତ୍ସ ସୃଷ୍ଟି ହେବା ସହ ବ୍ୟବସାୟ ବଢ଼ାଇବାର ସୁଯୋଗ ମିଳିପାରେ।ବ୍ୟବସାୟୀଙ୍କୁ ନୂଆ କ୍ଲାଏଣ୍ଟ, ନୂଆ ସମ୍ପର୍କ କିମ୍ବା ନୂଆ ପ୍ରୋଜେକ୍ଟ ମିଳିପାରେ। ପୁରୁଣା ସମ୍ପର୍କ ମଧ୍ୟ ଭବିଷ୍ୟତରେ ଲାଭ ଦେଇପାରେ। ଚାକିରିଆଙ୍କୁ ଅତିରିକ୍ତ ଆୟ କିମ୍ବା ନୂଆ ପ୍ରୋଜେକ୍ଟରୁ ଲାଭ ମିଳିପାରେ। ଦୀର୍ଘଦିନ ଧରି ଅଟକିଥିବା କୌଣସି ଯୋଜନା ଏହି ସମୟରେ ଆଗକୁ ବଢ଼ିପାରେ। ବନ୍ଧୁ, ସହଯୋଗୀ ଏବଂ ବ୍ୟବସାୟିକ ଭାଗୀଦାରଙ୍କ ସହଯୋଗରେ କାମ ସହଜ ହୋଇପାରେ। ଅପ୍ରତ୍ୟାଶିତ ଭାବେ ଏପରି କୌଣସି ସୁଯୋଗ ମିଳିପାରେ, ଯାହାର ଆପଣ ଆଶା କରିନଥିବେ।
କନ୍ୟା ରାଶିର ଲୋକଙ୍କ ପାଇଁ ୟୁରେନସ୍ର ବକ୍ରୀ କାଳ ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ଆଣିପାରେ। ବିଦେଶ ସହ ଜଡ଼ିତ କାମ, ଯାତ୍ରା କିମ୍ବା କୌଣସି ବିଦେଶୀ ସଂସ୍ଥା ସହ ଜଡ଼ିତ ସୁଯୋଗ ମିଳିପାରେ। ଦୀର୍ଘଦିନ ଧରି ବିଦେଶ ଯିବା କିମ୍ବା ବିଦେଶୀ ପ୍ରୋଜେକ୍ଟରେ କାମ କରିବାର ଯୋଜନା ଥିଲେ ଏଥିରେ ଅଗ୍ରଗତି ହୋଇପାରେ। ଆୟର ପୁରୁଣା ଉତ୍ସରୁ ଲାଭ ମିଳିବା ସହ ନିବେଶରୁ ମଧ୍ୟ ଭଲ ରିଟର୍ଣ୍ଣ ଆସିବାର ଆଶା ରହିପାରେ। ତେବେ ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରିବା ଜରୁରୀ। ଏହି ସମୟରେ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ଆଗ୍ରହ ବଢ଼ିପାରେ। ପରିବାର ସହ ଧାର୍ମିକ ଯାତ୍ରା କିମ୍ବା ଘରେ ପୂଜାପାଠ ଭଳି କାର୍ଯ୍ୟକ୍ରମ ହୋଇପାରେ। ମାନସିକ ଶାନ୍ତି ଓ ସକାରାତ୍ମକ ଚିନ୍ତା ବଢ଼ିବାରୁ ଭବିଷ୍ୟତ ପାଇଁ ଭଲ ଯୋଜନା କରିପାରିବେ।
ମକର ରାଶି ପାଇଁ ୟୁରେନସ୍ର ବକ୍ରୀ ଚଳନ ଶିକ୍ଷା, କ୍ୟାରିୟର ଏବଂ ଆର୍ଥିକ ଲାଭ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବିଶେଷକରି ଛାତ୍ରଛାତ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଯୁବକ-ଯୁବତୀ, ଫ୍ରେସର୍ ଏବଂ ଗବେଷଣା କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ। ପରିଶ୍ରମର ସକାରାତ୍ମକ ଫଳ ମିଳିପାରେ। ଛାତ୍ରୀଛାତ୍ରଙ୍କୁ ସ୍କଲାରସିପ, ପୁରସ୍କାର କିମ୍ବା କୌଣସି ପ୍ରତିଯୋଗିତାରେ ସଫଳତା ମିଳିବାର ସମ୍ଭାବନା ରହିପାରେ। ଚାକିରି ଖୋଜୁଥିବା ଯୁବକ-ଯୁବତୀଙ୍କୁ ଭଲ ପ୍ୟାକେଜ କିମ୍ବା ପସନ୍ଦର ଚାକିରି ମିଳିପାରେ। ସୃଜନଶୀଳ କ୍ଷେତ୍ର ଏବଂ ନିବେଶ ସହ ଜଡ଼ିତ ଲୋକଙ୍କୁ ମଧ୍ୟ ଅପ୍ରତ୍ୟାଶିତ ଲାଭ ମିଳିପାରେ। ତେବେ ଶେୟାର ବଜାର ଭଳି ବିପଦପୂର୍ଣ୍ଣ କ୍ଷେତ୍ରରେ ତରବରିଆ ନିଷ୍ପତ୍ତି ନନେବା ଭଲ।