Categories: ଜାତୀୟ

ପଦୋନ୍ନତି ପାଇଲେ ଟିନା ଡାବି: ଟୁଇଟ କରି ଦେଲେ ସୂଚନା

ଜୟପୁର, ୨୭।୧୧-୨୦୧୫ ମସିହାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଟପ୍ପର ଟିନା ଡାବିଙ୍କୁ ମିଳିଛି ପଦୋନ୍ନତି। ରାଜସ୍ଥାନ ସରକାର ତାଙ୍କୁ ଫାଇନାନ୍ସ (ଟ୍ୟାକ୍ସ) ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏ ନେଇ ଶୁକ୍ରବାର ଟିନା ଏକ ଫଟୋ ଟୁଇଟ କରି ସୂଚନା ଦେଇଛନ୍ତି। ଫଟୋରେ ଟିନା ଅଫିସରେ ବସି କାର୍ଯ୍ୟ କରୁଥିବା ଦେଖାଯାଇଛି। ଏହାପୂର୍ବରୁ ଟିନା ଗଙ୍ଗନଗରରେ ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।

Share