Categories: ଜାତୀୟ

ୟୁପିଏସ୍‌ସି: ଦୁଇ ଛାତ୍ରୀଙ୍କ ଗୋଟିଏ ର଼୍ୟାଙ୍କ୍‌, ଗୋଟିଏ ରୋଲ୍‌ ନମ୍ବର

ଭୋପାଳ, ୨୬ା୫: ନିକଟରେ ୟୁପିଏସ୍‌ସି ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ମଧ୍ୟପ୍ରଦେଶର ଦୁଇଜଣ ଛାତ୍ରୀ ଗୋଟିଏ ର଼୍ୟାଙ୍କ୍‌ରେ ପାସ୍‌ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନଙ୍କ ପ୍ରଥମ ନାମ ସମାନ ଥିବାବେଳେ ରୋଲ୍‌ ନମ୍ବର ଓ ର଼୍ୟାଙ୍କ୍‌ ଗୋଟିଏ। ଆୟାଶା ଫତିମା(୨୩)ଙ୍କ ଘର ଦଓ୍ବୋସ ଜିଲାରେ ହୋଇଥିବାବେଳେ ଆୟାଶା ମାକ୍‌ରାନି(୨୬)ଙ୍କ ଘର ଆଲିରାଜପୁର ଜିଲାରେ। ଉଭୟ ସିଭିଲ୍‌ ସର୍ଭିସ ପରୀକ୍ଷାରେ ୧୮୪ ର଼୍ୟାଙ୍କ୍‌ ରଖିଛନ୍ତି। ପରସ୍ପରଠାରୁ ୨୦୦ କିଲୋମିଟର ଦୂରରେ ରହୁଥିବା ଦୁଇ ଛାତ୍ରୀ ସେମାନଙ୍କ ରୋଲ ନମ୍ବର ସମାନ ଥିବା ନେଇ ଆଡମିଟ୍‌ କାର୍ଡ ଦେଖାଇଛନ୍ତି। ଫଳ ପ୍ରକାଶନରେ ଜାଲିଆତି ନେଇ ସେମାନେ ସ୍ଥାନୀୟ ଥାନା ଏବଂ ୟୁପିଏସ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ସ୍ପଷ୍ଟୀକରଣ ମାଗିଛନ୍ତି।

Share