Categories: ଜାତୀୟ

କିଏ ସେହି ୪ ଆଇଏଏସ୍‌ ଅଫିସର, ଯାହାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୟୁପିଏସ୍‌ସି ଟପ୍ପର ହେଲେ ପ୍ରଦୀପ

ନୂଆଦିଲ୍ଲୀ,୫।୮: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହରିୟାଣାର ସୋନେପତ୍‌ ଜିଲା ନିବାସୀ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି। ପ୍ରଦୀପ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପିତାଙ୍କ ଯୋଗୁ ଆଜି ମୁଁ ଏହି ସଫଳତା ପାଇଛି। ଚାକିରି ଛାଡି ମୁଁ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରୁଥିଲି।
ଜୀବନରେ କିଛି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲେ, କିଏ ନା କିଏ ପ୍ରେରଣାର ସ୍ରୋତ ଥିବେ ନିଶ୍ଚୟ। ଏମିତି ମଧ୍ୟ ଘଟିଛି ପ୍ରଦୀପଙ୍କ କ୍ଷେତ୍ରରେ। ସଫଳତା ପାଇବା ପରେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ୪ ଆଇଏଏସ୍‌ଙ୍କ ନା ଲେଖିଛନ୍ତି, ଯାହାଙ୍କ କାର୍ଯ୍ୟ ତାଙ୍କ ଆଇଏଏସ୍‌ ହେବାକୁ ଅନୁପ୍ରାଣିତ କରିଥିଲା। ସେମାନେ ହେଉଛନ୍ତି ନବୀନ ଚନ୍ଦ୍ର, ଅଭିଷେକ ସିଂ, ଅନୁଦୀପ ଦୁରୀସେଟ୍ଟୀ ଏବଂ କିରଣ ବେଦୀ।

୨୦୧୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ହେଉଛନ୍ତି ନବୀନ ଚନ୍ଦ୍ର। ସେ ଆଇଆଇଟି ରୁର୍‌କୀରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।
ସେହିପରି ଆଇଏଏସ୍‌ ଅଭିଷେକ ସିଂ ଜଣେ ଅଭିନେତା ବି। ନିକଟରେ ଦିଲ୍‌ ତୋଡ୍‌ କେ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।
ଅନୁଦୀପ ଦୁରୀସେଟ୍ଟୀ ୨୦୧୭ରେ ୟୁପିଏସ୍‌ସିରେ ପ୍ରଥମ ସ୍ଥାନ ହାସଲ କରିଥିଲା। ସେ ବିନା କୋଚିଂରେ ଏହି ଉପଲବ୍ଧି ହାସଲ କରିଥିଲେ।
କିରଣ ବେଦୀ
ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ହେଉଛନ୍ତି କିରଣ ବେଦୀ। ୧୯୭୨ରେ ସେ ଭାରତୀୟ ପୋଲିସ ସେବାରେ ଭର୍ତ୍ତି ହୋଇଥିଲେ।

Share