Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ହଙ୍ଗାମା: ୨୪ ଛାତ୍ର ଅଟକ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା ବିଭାଗ ବାହାରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ମୋଟ ୨୪ଜଣଙ୍କୁ ଅଟକ କରିଛି। ଏହାଛଡ଼ା ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।

କଂଗ୍ରେସର ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇ ଶୁକ୍ରବାର ଡିୟୁରେ ଡକ୍ୟୁମେଣ୍ଟାରୀ ଦେଖାଇବାକୁ ଘୋଷଣା କରିଥିଲା। ଏଥିଯୋଗୁ ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ। ପୂର୍ବରୁ ଡକ୍ୟୁମେଣ୍ଟାରୀକୁ ନିଷିଦ୍ଧ କରାଯାଇଥିବା ବେଳେ ଏହାକୁ ଦେଖାଇବାକୁ ନେଇ କିଛି ଏନ୍‌ଏସ୍‌ୟୁ ଛାତ୍ର ଏବଂ ସଦସ୍ୟଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି।

ଅପରପକ୍ଷେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଆଇକାର୍ଡ ଯାଞ୍ଚ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରକ୍ଟର ରଜନୀ ଆବି କହିଛନ୍ତି। ସେମାନେ ଡିୟୁ ଛାତ୍ର କି ନୁହେଁ ତାହା ପ୍ରଥମେ ଯାଞ୍ଚ କରାଯିବ। ସେମାନେ ବାହାରର ବୋଲି ଜଣାପଡ଼ିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହାଛଡ଼ା ସେମାନେ ଡିୟୁ ଛାତ୍ର ଥିଲେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ...

ଭାରତୀୟ ନୌସେନାରେ ସାମିଲ ହେଲା ଓ୍ବାଗିର

ମୁମ୍ବାଇ,୧୨।୧୧-ଭାରତୀୟ ନୌସେନାରେ ଗୁରୁବାର ସାମିଲ ହୋଇଛି ବୁଡାଜାହଜ ଓ୍ବାଗିର। ଦକ୍ଷିଣ ମୁମ୍ବାଇ ସ୍ଥିତ ମାଜାଗାଓଁ ଡକ୍‌ ସମୁଦ୍ରତଟରେ ଏହି ବୁଡାଜାହଜ ଜଳାବତରଣ କରିଛି। ଭିଡିଓ କନ୍‌ଫରେନ୍ସିଂ...

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧...

ପ୍ରବଳ ବର୍ଷାରେ ବୁଡ଼ିଲା ରେଳ ଲାଇନ୍‌: ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ର ଯାତ୍ରୀ ଜଳବନ୍ଦୀ

ମୁମ୍ବାଇ,୨୭।୭: ମହାରାଷ୍ଟ୍ରରେ ପୁଣି ଦେଖାଦେଇଛି ବନ୍ୟା ବିତ୍ପାତ। ପ୍ରବଳ ବର୍ଷା ଯୋଗୁ ବନ୍ୟା ଜଳ ରେଳ ଲାଇନ୍‌ ଉପରେ ପ୍ରବାହିତ ହେଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି...

ଭାଜପାରେ ଯୋଗ ଦେବା ପରେ ପ୍ରଥମଥର ଏକ ରାଲିରେ ଯୋଗଦେଲେ ସନ୍ନି

ବାରମେର,୨୭।୪: କିଛିଦିନ ତଳେ ଭାଜପାରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ସନ୍ନି ଦଓ୍ବେଲ ପ୍ରଥମ କରି ଶନିବାର ଏକ ରାଲିରେ ନଜର ଆସିଛନ୍ତି। ପ୍ରବଳ ଜନ...

ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବେ ଭାରତୀୟ ସେନା: ପାକିସ୍ତାନକୁ ଚେତାବନୀ ଦେଲେ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ସୀମାପାର ଅନୁପ୍ରବେଶ ଉଦ୍ୟମ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଉ ସହ୍ୟ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଭାରତୀୟ ସେନା ନିୟନ୍ତ୍ରଣ...

ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ବିଲ୍‌କୁ ଲୋକ ସଭାର ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧୨(ପି.ଟି.): ଲୋକ ସଭାରେ ମଙ୍ଗଳବାର ଅନୁସୂଚିତ ଜାତି (ଏସ୍‌ସି) ଅନୁସୂଚିତ ଜନଜାତି, (ଏସ୍‌ଟି) ବର୍ଗର ଲୋକଙ୍କ ଲାଗି ୧୦ ବର୍ଷ ପାଇଁ ସଂରକ୍ଷଣ ବୃଦ୍ଧି ସଂକ୍ରାନ୍ତ...

ଅନ୍‌ଲାଇନ ଆର୍‌ଟିଆଇ ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧ା୩:ପର୍ଯ୍ୟାପ୍ତ ତଥ୍ୟ ଯୋଗାଇବାରେ ସୁବିଧା ପାଇଁ ଅନ୍‌ଲାଇନ ସୂଚନା ଅଧିକାର (ଆର୍‌ଟିଆଇ) ପୋର୍ଟାଲ ସ୍ଥାପନ ଲାଗି ସୁପ୍ରିମକୋର୍ଟ ସୋମବାର ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ...

Advertisement
Archives

Model This Week