ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ସୋର,୪ା୨(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଧୀନ ବାଲେଶ୍ୱର ଗ୍ରାମରେ ଥିବା ମିଶ୍ର ନର୍ସିିଂହୋମ୍‌ରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଅପରାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳାଙ୍କ ସମ୍ପର୍କୀୟମାନେ ନର୍ସିିଂହୋମ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା। ଗତ ଡିସେମ୍ବର ୨୫ରେ ସୋର ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମହନ୍ତଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀ ତୃପ୍ତିମୟୀ ସାହୁଙ୍କ ଉକ୍ତ ନର୍ସିିଂହୋମ୍‌ରେ ଅସ୍ତ୍ରୋପଚାର ଦ୍ୱାରା ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଅସ୍ତ୍ରୋପଚାର ଜନିତ ତ୍ରୁଟିରୁ ତୃପ୍ତିମୟୀଙ୍କ ରକ୍ତସ୍ରାବ ବନ୍ଦ ହୋଇ ନ ଥିଲା। ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍‌ସ୍‌ରେ ଭର୍ତ୍ତି କରାଯିବା ସହ କଟକ ବଡ଼ ଡାକ୍ତରଖାନାକୁ ମଧ୍ୟ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତୃପ୍ତିମୟୀଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକଙ୍କ ସହ କିଛି ସମ୍ପର୍କୀୟ ନର୍ସିିଂହୋମ୍‌ ପରିସରକୁ ଆସି ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରିବା ସହ ଭଙ୍ଗାରୁଜା କରିଥିଲେ। ସୋର ପୋଲିସ ପହଞ୍ଚତ୍ ବୁଝାଶୁୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା।