ଶ୍ରେଣୀଗୃହ ଭଙ୍ଗାକୁ ନେଇ ଉତ୍ତେଜନା

ବଇଣ୍ଡା, ୨୯।୩ (ଡି.ଏନ.ଏ.): କିଶୋରନଗର ବ୍ଲକ ଲୁହାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ଅତିରିକ୍ତ ଶ୍ରେଣୀଗୃହକୁ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥା ଜରିଆରେ ଭଙ୍ଗା ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଘଟଣାସ୍ଥଳରୁ ଠିକାସଂସ୍ଥା କର୍ମଚାରୀମାନେ ଜେସିବି ମେଶିନ ଛାଡି ପଳାଇଯାଇଥିବା ବେଳେ ଶ୍ରେଣୀଗୃହ ଭଙ୍ଗା ଅଧାରେ ଅଟକିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତା କଡରେ ଥିବା ଶ୍ରେଣୀଗୃହଗୁଡିକ ଭଙ୍ଗା ଯାଇଥିଲା। ଏପରିକି ରାସ୍ତା କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ପାଚେରି ନିକଟରେ ଏକ ପୁରୁଣା ଶ୍ରେଣୀଗୃହ ଥିବାବେଳେ ସେଥିରେ ବିଦ୍ୟାଳୟର ଆସବାବପତ୍ର ରଖିବା ସହ ଛାତ୍ରୀଛାତ୍ର ପଢୁଥିଲେ। ପାଚେରିର ୩ ଫୁଟ ଆଗକୁ ଉକ୍ତ ଶ୍ରେଣୀଗୃହ ଥିବାରୁ କାଳେ ଆଗାମୀ ଦିନରେ ରାସ୍ତା ନିର୍ମାଣରେ ବାଧା ଉପୁଜିବ, ସେହି ଆଶଙ୍କା କରି ଠିକାସଂସ୍ଥା ପକ୍ଷରୁ ଉକ୍ତ ଶ୍ରେଣୀଗୃହକୁ ଭାଙ୍ଗିବା ପାଇଁ ଯୋଜନା ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିଚାଳନା କମିଟି କିମ୍ବା ଗ୍ରାମବାସୀଙ୍କୁ ଏ ନେଇ ନୋଟିସ ନ କରି ହଠାତ ଠିକାସଂସ୍ଥା ପକ୍ଷରୁ ତହସିଲ ପ୍ରଶାସନ, ହଣ୍ଡପା ପୋଲିସ ଉପସ୍ଥିତିରେ ଶ୍ରେଣୀ ଗୃହକୁ ଭଙ୍ଗାଯାଇଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆବଶ୍ୟକ ନ ଥିବା ସତ୍ତ୍ୱେ ଏକତରଫା ଭାବେ ପ୍ରଶାସନିକ ଅଧିକାରୀଙ୍କୁ ହାତକରି ଠିକାସଂସ୍ଥା ଶ୍ରେଣୀଗୃହ ଭାଙ୍ଗୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ବିରୋଧକୁ ଦେଖି ଘଟଣାସ୍ଥଳରୁ ଠିକାସଂସ୍ଥା କର୍ମଚାରୀମାନେ ପଳାଇଯାଇଥିଲେ। ଏ ନେଇ ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର କହିଛନ୍ତି, ପ୍ରଶାସନ ପକ୍ଷରୁ ପୂର୍ବରୁ ସମୟ ଦିଆଯାଇଥିଲା। ଉକ୍ତ ଶ୍ରେଣୀଗୃହକୁ ଭାଙ୍ଗିବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପରେ ଭଙ୍ଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri