ଏକାଠି ଦେଖାଯିବେ ବୃହସ୍ପତି-ଶନି

କୋଲକାତା,୨୧।୧୨: ଏକ ବିରଳ ସଂଯୋଗକ୍ରମେ ସୋମବାର ଶନି ଓ ବୃହସ୍ପତି ପରସ୍ପରର ନିକଟତର ହେବେ। ଏହାଯୋଗୁ ପୃଥିବୀ ପୃଷ୍ଠରୁ ଉଭୟ ଗ୍ରହ ଗୋଟିଏ ଉଜ୍ଜ୍ୱଳ ତାରକା ଭଳି ପ୍ରତୀୟମାନ ହେବେ। ୧୬୨୩ ମସିହା ପରଠାରୁ ଏଭଳି ଘଟଣା କେବେ ଦେଖିବାକୁ ମିଳି ନ ଥିଲା। ବେଙ୍ଗାଲୁରୁସ୍ଥିତ ଜବାହରଲାଲ ନେହେରୁ ପ୍ଲାନେଟାରିୟମରେ ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଏହି ଦୃଶ୍ୟ ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ଏଭଳି ସଂଯୋଗ ଆସନ୍ତା ୬୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା) ପକ୍ଷରୁ କୁହାଯାଇଛି। ସୂର୍ଯ୍ୟାସ୍ତ ପରେ ଭାରତର ଅଧିକାଂଶ ସହରର ଲୋକେ ଏହି ଦୃଶ୍ୟ ଦେଖିପାରିବେ।

Share