UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ନଭେମ୍ୱର ଶେଷ ବଳକୁ ବଦଳିବ ପେମେଣ୍ଟ ନିୟମ? ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୧୦।୧୧: ପର୍ୱପର୍ୱାଣୀ ଶେଷ ହେବା ପରେ ୟୁପିଆଇ (UPI) ପେମେଣ୍ଟ ଉପରେ ଏମଡିଆର (MDR) ଚାର୍ଜକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଦୋକାନୀ ଏବଂ ବ୍ୟବସାୟୀଙ୍କ ପାଇଁ କ’ଣ ସବୁ ନୂତନ ନିୟମ ପ୍ରସ୍ତାବ କରାଯାଇଛି, ତାହା ଜାଣନ୍ତୁ।

ବର୍ତ୍ତମାନ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଚାର୍ଜ ଲାଗିବ। ଲୋକମାନେ ଭୟଭୀତ ଅଛନ୍ତି ଯେ ଏବେ PhonePe, Google Pay, Paytm ଦ୍ୱାରା ପେମେଣ୍ଟ କରିବା ମହଙ୍ଗା ହୋଇଯିବ କି? ସତ କଥା ହେଉଛି ଯେ ନଭେମ୍ୱର ୧୦ ତାରିଖରେ କୌଣସି ନୂଆ ଚାର୍ଜ ଲାଗୁ ହୋଇନାହିଁ। NPCI ଏପର୍ଯ୍ୟନ୍ତ କୌଣସି ନୂତନ ତାରିଖର ସରକାରୀ ଘୋଷଣା କରିନାହିଁ। କିନ୍ତୁ ଏକ ବଡ଼ ପରିବର୍ତ୍ତନ ପାଇପଲାଇନରେ ଅଛି। ସେହି ବିଷୟରେ ବୁଝିବା ସବୁଠାରୁ ଅଧିକ ଜରୁରୀ ଅଟେ।

ପ୍ରକୃତରେ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ପକ୍ଷରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) ଲଗାଇବାର ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଦୀପାବଳିର ଭିଡ଼ ଏବଂ ଅଧିକ କ୍ରୟ-ବିକ୍ରୟକୁ ଦୃଷ୍ଟିରେ ରଖି ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ବାସ୍ତବରେ କ’ଣ ବଦଳିବାକୁ ଯାଉଛି?
NPCI ସେପ୍ଟେମ୍ୱର 2026 ରେ ଏକ ନୂତନ ଫ୍ରେମୱାର୍କ ଜାରି କରିଥିଲା। ଏହାର ନାମ ହେଉଛି ମର୍ଚାଣ୍ଟ ଡିସକାଉଣ୍ଟ ରେଟ (Merchant Discount Rate) ଅର୍ଥାତ୍ MDR। ପୂର୍ୱରୁ ଏହି ନିୟମ ଅକ୍ଟୋବର 15 ରୁ ଲାଗୁ ହେବାର ଥିଲା। ପରେ ଦୀପାବଳି ଏବଂ ପର୍ୱପର୍ୱାଣୀକୁ ଦୃଷ୍ଟିରେ ରଖି ଅକ୍ଟୋବର 13 ତାରିଖରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। NPCI କହିଥିଲା ଯେ ଏହାକୁ ଦୀପାବଳିର ଠିକ ପରେ କାର୍ଯ୍ୟକାରୀ କରାଯିବ। ଦୀପାବଳି ନଭେମ୍ୱର 8 ତାରିଖରେ ଶେଷ ହୋଇଛି। ଏଣୁ ନଭେମ୍ୱର ମାସର ଯେକୌଣସି ଦିନ ଏହା ଲାଗୁ ହେବାର ସମ୍ଭାବନା ରହିଛି। କିନ୍ତୁ ନଭେମ୍ୱର 10 ପର୍ଯ୍ୟନ୍ତ କୌଣସି ପକ୍କା ତାରିଖ ଆସିନାହିଁ।

କେତେ ଟଙ୍କା ଉପରେ ଲାଗିବ ଚାର୍ଜ?
ନୂତନ ନିୟମ ଅନୁଯାୟୀ, 2000 ଟଙ୍କାରୁ ଅଧିକର କିଛି ର୍ନିଦ୍ଦିଷ୍ଟ ପର୍ସନ-ଟୁ-ମର୍ଚାଣ୍ଟ (Person-to-Merchant) ଅର୍ଥାତ P2M ପେମେଣ୍ଟ ଉପରେ 0.4% MDR ଲାଗିବ। 75,000 ଟଙ୍କା କିମ୍ୱା ତା’ଠାରୁ ଅଧିକ ପେମେଣ୍ଟ ଉପରେ ଏହି ଚାର୍ଜ ସର୍ୱାଧିକ 300 ଟଙ୍କା ହେବ। ଏକ ଉଦାହରଣ ଦ୍ୱାରା ବୁଝନ୍ତୁ। ଯଦି ଆପଣ ଦୋକାନରେ 5000 ଟଙ୍କାର UPI ପେମେଣ୍ଟ କରନ୍ତି, ତେବେ 0.4% ହିସାବରେ 20 ଟଙ୍କା MDR ହେବ। ଯଦି ଆପଣ 1 ଲକ୍ଷ ଟଙ୍କାର ପେମେଣ୍ଟ କରନ୍ତି, ତେବେ ମଧ୍ୟ 300 ଟଙ୍କାରୁ ଅଧିକ କାଟିବ ନାହିଁ।

ରେଳବାଇ, ଟେଲିକମ, ଇନସ୍ୟୁରାନ୍ସ, ଫୁଏଲ ଏବଂ କୃଷି ସମ୍ୱନ୍ଧୀୟ ପେମେଣ୍ଟ ପାଇଁ ଅଲଗା ନିୟମ ରହିଛି। ଏଥିରେ 2000 ଟଙ୍କାରୁ ଅଧିକ ପେମେଣ୍ଟ ଉପରେ 0.4% ବଦଳରେ କେବଳ 5 ଟଙ୍କା ଫ୍ଲାଟ MDR ଲାଗିବ। ମ୍ୟୁଚୁଆଲ ଫଣ୍ଡ, ସେୟାର, ଷ୍ଟକ ବ୍ରୋକର ସମ୍ୱନ୍ଧୀୟ ପେମେଣ୍ଟ ଉପରେ 0.02% MDR ଲାଗିବ, ଯାହା 300 ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ।

ଏହି ଟଙ୍କା ଆପଣଙ୍କଠାରୁ କଟାଯିବ କି?
ନାଁ। ଏହା ସବୁଠାରୁ ବଡ଼ ଭୁଲ ଧାରଣା ଅଟେ। NPCI ନଭେମ୍ୱର 3 ତାରିଖରେ ସୁପ୍ରିମକୋର୍ଟରେ ଏକ ସବୁଜନାମା ଦାଖଲ କରି ସ୍ପଷ୍ଟ କରିଛି ଯେ MDR ର ବୋଝ ଗ୍ରାହକଙ୍କ ଉପରେ ପକାଯାଇପାରିବ ନାହିଁ। ଏହି ଚାର୍ଜ ଦୋକାନୀ କିମ୍ୱା ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ। UPI ଆପ ମଧ୍ୟ ଆପଣଙ୍କଠାରୁ କୌଣସି ପ୍ଲାଟଫର୍ମ ଫିସ କିମ୍ୱା ଅତିରିକ୍ତ ଚାର୍ଜ ଆଦାୟ କରିପାରିବେ ନାହିଁ। ଯଦି କୌଣସି ଦୋକାନୀ ଆପଣଙ୍କୁ କହନ୍ତି ଯେ UPI ଉପରେ 2% ଅତିରିକ୍ତ ଲାଗିବ, ତେବେ ସେ ନିୟମ ଉଲ୍ଲଂଘନ କରୁଛନ୍ତି। ଆପଣ ଏହାର ଅଭିଯୋଗ ନିଜର UPI ଆପ ଏବଂ NPCI ନିକଟରେ କରିପାରିବେ।

କେଉଁ ପେମେଣ୍ଟ ଉପରେ କୌଣସି ଚାର୍ଜ ଲାଗିବ ନାହିଁ?
ବନ୍ଧୁ ଏବଂ ପରିବାରକୁ ପଠାଯାଇଥିବା ଟଙ୍କା ଅର୍ଥାତ୍ ପର୍ସନ-ଟୁ-ପର୍ସନ (Person-to-Person) ପେମେଣ୍ଟ ଉପରେ କୌଣସି ଚାର୍ଜ ଲାଗିବ ନାହିଁ, ପରିମାଣ ଯାହା ମଧ୍ୟ ହେଉନା କାହିଁକି।
2000 ଟଙ୍କା ପର୍ଯ୍ୟନ୍ତ ସମସ୍ତ ମର୍ଚାଣ୍ଟ ପେମେଣ୍ଟ ଉପରେ କୌଣସି ଚାର୍ଜ ଲାଗିବ ନାହିଁ।
ଛୋଟ ଦୋକାନୀ ଯେଉଁମାନେ ମାସରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI ରୁ ନିଅନ୍ତି, ସେମାନଙ୍କୁ ମଧ୍ୟ MDR ଦେବାକୁ ପଡ଼ିବ ନାହିଁ। ସେମାନେ ଜିରୋ-ଏମଡିଆର (Zero-MDR) ବର୍ଗରେ ରହିବେ।

ସେଲ୍ଫ ଟ୍ରାନ୍ସଫର ଏବଂ ଅଟୋପେ (AutoPay) ଉପରେ ମଧ୍ୟ MDR ଲାଗିବ ନାହିଁ।
NPCI ଅନୁଯାୟୀ କେବଳ 4% ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ଉପରେ ହିଁ MDR ଲାଗିବ। 96% ପେମେଣ୍ଟ ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ। ଅକ୍ଟୋବର 2026 ରେ UPI ରୁ 25.47 ଅବ୍ଜ ଟ୍ରାଞ୍ଜାକ୍ସନ ହୋଇଥିଲା। ଏଥିରେ 70% P2P ଥିଲା।

ତେଣୁ ନଭେମ୍ୱର 10 ଠାରୁ କ’ଣ କରିବେ?
ଭୟଭୀତ ହୁଅନ୍ତୁ ନାହିଁ। ଆପଣଙ୍କର ପ୍ରତିଦିନର 100, 200, 500, 1000 ଟଙ୍କାର ପେମେଣ୍ଟ ପୂର୍ୱ ଭଳି ମାଗଣା ରହିବ।

* 2000 ରୁ ଅଧିକ ପେମେଣ୍ଟ କରିବା ସମୟରେ ଦୋକାନୀଙ୍କୁ ଅତିରିକ୍ତ ଚାର୍ଜ ଦିଅନ୍ତୁ ନାହିଁ।
* ବିଲ୍ରେ UPI ଚାର୍ଜ ଲେଖାଥିଲେ ତାହାର ସ୍କ୍ରିନସଟ ରଖନ୍ତୁ।
* UPI PIN କାହା ସହିତ ସେୟାର କରନ୍ତୁ ନାହିଁ।
* ନୂତନ ନିୟମ ନାମରେ ଆସୁଥିବା ଜାଲ ମେସେଜ ଏବଂ ଲିଙ୍କ୍ରୁ ଦୂରେଇ ରୁହନ୍ତୁ। NPCI କେବେ ମଧ୍ୟ ଲିଙ୍କ୍ରେ କ୍ଲିକ କରି ଚାର୍ଜ ଭରିବାକୁ କହେ ନାହିଁ।
* ବଡ଼ ପେମେଣ୍ଟ ପାଇଁ ପୂର୍ୱରୁ ଦୋକାନୀଙ୍କୁ ପଚାରି ନିଅନ୍ତୁ ଯେ ସେମାନେ UPI ନେଉଛନ୍ତି କିମ୍ୱା କାର୍ଡ ମାଗୁଛନ୍ତି।

UPI ମାଗଣା ଥିଲା, ମାଗଣା ଅଛି ଏବଂ ସାଧାରଣ ଜନତାଙ୍କ ପାଇଁ ମାଗଣା ହିଁ ରହିବ। ପରିବର୍ତ୍ତନ କେବଳ ବଡ଼ ମର୍ଚାଣ୍ଟ ପେମେଣ୍ଟ ପାଇଁ ହେଉଛି। ଏବଂ ଏହା ମଧ୍ୟ ବର୍ତ୍ତମାନ କାର୍ଯ୍ୟକାରୀ ହୋଇନାହିଁ। ଯେତେବେଳେ ମଧ୍ୟ କାର୍ଯ୍ୟକାରୀ ହେବ, NPCI ପୂର୍ୱରୁ ସରକାରୀ ତାରିଖ ଜଣାଇବ। ସେତେବେଳେ ପର୍ଯ୍ୟନ୍ତ ହାଟ୍ସଆପ୍ରେ ଆସିଥିବା 10 ନଭେମ୍ୱରର ମେସେଜ ଉପରେ ଭରସା କରନ୍ତୁ ନାହିଁ।

Share