Categories: ବାଣିଜ୍ୟ

ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ; ହୋଇଯାନ୍ତୁ ସାବଧାନ

ୟୁପିଆଇ ଆପ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଗୁଗଲ୍‌ ପେ, ପେଟିଏମ, ଫୋନେପେ ଏବଂ ଭାରତପେ ଭଳି ସମସ୍ତ ୟୁପିଆଇ ଆପ୍‌ର ଇନ୍‌ଆକ୍ଟିଭ୍‌ ୟୁପିଆଇ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ଗତ ଏକ ବର୍ଷ ଧରି ସେମାନଙ୍କର ୟୁପିଆଇ ଆଇଡି ବ୍ୟବହାର କରିନାହାଁନ୍ତି, ସେହି ଆକାଉଣ୍ଟଗୁଡିକ ବନ୍ଦ ହୋଇଯିବ। ଡିସେମ୍ବର ୩୧ ପରେ ସମସ୍ତ କମ୍ପାନୀ ଏହିପରି ଆକାଉଣ୍ଟ ବନ୍ଦ କରିବା ଆରମ୍ଭ କରିବେ।
TRAIର ନିର୍ଦ୍ଦେଶ ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ୯୦ ଦିନ ପରେ ଇନ୍‌ଆକ୍ଟିଭ୍‌ ସିମ କାର୍ଡ ଅନ୍ୟ ୟୁଜର୍ସଙ୍କୁ ଦେଇପାରିବେ। ଏହାର ଅର୍ଥ, ଯଦି ଜଣେ ବ୍ୟକ୍ତି ୯୦ ଦିନ ପାଇଁ ଫୋନ୍‌ ନମ୍ବର ବ୍ୟବହାର ନ କରନ୍ତି, ତେବେ ଏହା ଅନ୍ୟ ଜଣକୁ ଦିଆଯିବ। ଯେତେବେଳେ ସମାନ ନମ୍ବର ବ୍ୟାଙ୍କ ସହିତ ଜଡିତ ଥାଏ ଏବଂ ୟୁଜର୍ସ ବ୍ୟାଙ୍କ ଆକାଉଣ୍ଟ ସହିତ ତାଙ୍କର ନୂତନ ନମ୍ବରକୁ ଅପଡେଟ କରି ନ ଥାନ୍ତି ସେତେବେଳେ ସମସ୍ୟା ଉପୁଜେ। ଯିଏ ସେହି ନମ୍ବର ପାଇବ ତା’ର ସାହାଯ୍ୟରେ ୟୁପିଆଇ ଆପ ସକ୍ରିୟ କରିବ। କାରଣ ସମାନ ନମ୍ବର ବ୍ୟାଙ୍କ ସହିତ ଲିଙ୍କ ହୋଇଛି। ଲୋକଙ୍କୁ ଏହି ସମସ୍ୟାରୁ ବଞ୍ଚାଇବା ପାଇଁ, NPCI ୟୁପିଆଇ ଆପ୍ସକୁ ଗତ ଏକ ବର୍ଷ ଧରି ଇନ୍‌ଆକ୍ଟିଭ୍‌ ଥିବା ସମସ୍ତ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛ।

Share